
ପୁରୀ (ଓଡ଼ିଶା ରିପୋର୍ଟର): ଗତକାଲି ସରିଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପ୍ରଭୁ କୃଷ୍ଣ କଂସଙ୍କୁ ବଧ କରି ଧରାପୃଷ୍ଠରୁ ପାପ ଓ ଅତ୍ୟାଚାରର ଶାସନର ଅନ୍ତ କରିଥିଲେ। ଆଜି କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ପୁରୀ ଯାଇ ମହୋଦଧିରେ ସ୍ନାନ କରି ପାପ ଧୋଇଛନ୍ତି। ଏହାସହ ଶ୍ରୀଜିଉଙ୍କ ଦର୍ଶନ କରି ୧୧ ଦିନର ଅଭିନୟ ସମୟରେ ଯେଉଁ ପାପ କରିଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।
ଏହି ଅବସରରେ ଭୁବନେଶ୍ୱର କହିଛନ୍ତି, “ସେ ୧୧ ଦିନ ମୁଁ ହେଉଛି ଦ୍ୱାପର ଯୁଗର କଂସ। ହେଲେ ମହୋଦଧିରେ ସ୍ନାନ କରିବା ପରେ ଆଜିଠାରୁ ମୁଁ ହେଉଛି, ସେହି ଭୁବନେଶ୍ୱର ପ୍ରଧାନ।”
from Odisha Reporter http://bit.ly/2RJnb5w
No comments:
Post a Comment