
ଶ୍ରୀନଗର: ଦକ୍ଷିଣ କଶ୍ମୀରର ସୋପିଆନ୍ରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଆଇପିଏସ୍ ଅଫିସରଙ୍କ ଭାଇ ରହିଛି। ଏହି ନିହତ ଆତଙ୍କବାଦୀମାନେ ଇଣ୍ଡିଆନ୍ ମୁଜାହିଦ୍ଦିନର ସଦସ୍ୟ ଥିଲେ।
ସୋପିଆନ୍ର ହେଫ ଶିରମଲ ଗାଁରେ ଥିବା ବଙ୍କର ମଧ୍ୟରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସେନା, ସିଆରପିଏଫ୍ ଓ ସ୍ଥାନୀୟ ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ତେବେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ ଆରମ୍ଭ କରିଦେଇଥିଲେ।
ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ୍ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍କାଉଣ୍ଟରରେ ଆଇପିଏସ୍ ଅଫିସରଙ୍କ ଭାଇ ଶାମସୁଲ ହକ୍ ଓ ତା’ର ଦୁଇ ସହଯୋଗୀ ନିହତ ହୋଇଛନ୍ତି। ଏମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି।
ଶାମସୁଲ କଲେଜ୍ରେ ପଢ଼ୁଥିବା ବେଳେ ଗତବର୍ଷ ମେ’ ମାସରେ ନିଖୋଜ ହୋଇଯାଇଥିଲା। ଏହାର କିଛି ମାସ ପରେ ସେ ଆତଙ୍କବାଦୀ ପାଲଟିଥିବାର ଖବର ସାମ୍ନାକୁ ଆସିଥିଲା। ତାକୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ଏନ୍କାଉଣ୍ଟରରେ ତା’ର ମୃତ୍ୟୁ ଘଟିଛି।
from Odisha Reporter http://bit.ly/2CEfe7n
No comments:
Post a Comment