ଆଉଟ୍‌ ହୋଇଗଲେ ବିରାଟ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଆଉଟ୍‌ ହୋଇଗଲେ ବିରାଟ କୋହଲି

virat

ସିଡ୍‌ନୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଜିତିବା ଲକ୍ଷ୍ୟ ନେଇ ଆଜିଠାରୁ ଭାରତ ଖେଳୁଛି ଚତୁର୍ଥ ଟେଷ୍ଟ୍‌। ସିଡ୍‌ନୀରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି।

ଆଜି ନବାଗତ ମୟଙ୍କ ଅଗ୍ରୱାଲ୍ ଓ ଲୋକେଶ ରାହୁଲ ଇନିଂସ୍ ଓପନ୍ କରିଥିଲେ। ଲୋକେଶ୍ ପ୍ରଥମ ଦୁଇଟି ଟେଷ୍ଟରେ ସଫଳ ହୋଇ ନଥିଲା ବେଳେ ଆଜି ବି ଫେଲ୍ ମାରିଥିଲେ। ସେ ମାତ୍ର ୬ଟି ବଲ୍‌ର ସମ୍ମୁଖୀନ ହୋଇ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଜୋଶ୍‌ ହେଜେଲଉଡ୍‌ଙ୍କ ବଲ୍‌ରେ ଶନ୍ ମାର୍ଶଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ସଳଚନାଯୋଗ୍ୟ, ତୃତୀୟ ଟେଷ୍ଟରେ ତାଙ୍କୁ ଟିମ୍‌ରେ ସାମିଲ କରାଯାଇ ନଥିଲା।

ଅନ୍ୟପକ୍ଷରେ ମୟଙ୍କ ଭଲ ଖେଳିଥିଲେ, କିନ୍ତୁ ଅର୍ଦ୍ଧ-ଶତକକୁ ଶତକରେ ପରିଣତ କରିବାରେ ବିଫଳ ହୋଇଥିଲେ। ସେ ୧୧୨ଟି ବଲ୍‌ରେ ୭ଟି ଚୌକା ଓ ୨ଟି ଛକା ସହାୟତାରେ ୭୭ ରନ୍ କରି ଆଉଟ୍ ହୋଇଥିଲେ। ନେଥନ୍ ଲିଅନଙ୍କ ବଲ୍‌ରେ ଲଙ୍ଗ୍ ଅନ୍‌ରେ ମିଚେଲ୍ ଷ୍ଟାର୍କଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ମୟଙ୍କ ଆଉଟ୍ ହେବା ପରେ ଅଧିନାୟକ ବିରାଟ କୋହଲି କ୍ରିଜ୍‌କୁ ଆସିଥିଲେ। ତେବେ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୮୨ ରନ୍ କରିଥିବା କୋହଲି ଆଜି ଅଧିକ ସମୟ ରହି ପାରି ନଥିଲେ। ସେ ୫୯ଟି ବଲ୍‌ର ସମ୍ମୁଖୀନ ହୋଇ ୨୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହି ୨୩ ରନ୍ ମଧ୍ୟରେ ତାଙ୍କର ୪ଟି ଚୌକା ସାମିଲ ଥିଲା। ଜୋଶ୍ ହେଜେଲ୍‌ଉଡ୍‌ଙ୍କ ଏକ ବଲ୍‌ରେ ସେ ୱିକେଟ୍ କିପର ତଥା ଅଧିନାୟକ ଟିମ୍ ପେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ହାସଲ କରି କ୍ରିଜ୍‌ରେ ଅଛନ୍ତି। ତାଙ୍କ ସହିତ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ବି ଅଛନ୍ତି।

ଶେଷ ଖବର ଲେଖାଯିବା ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୧୯୫ ରନ୍ କରିଛି।



from Odisha Reporter http://bit.ly/2GUgMiI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages