ସାଥୀ କଳାକାରଙ୍କ ଚାହାଣୀରେ ଏମିତି ଘାଇଲା ହୋଇଥିଲେ ଯଲିଉଡ୍‌ ‘ଟ୍ରାଜେଡି କୁଇନ୍‌’ ପୂର୍ଣ୍ଣିମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ସାଥୀ କଳାକାରଙ୍କ ଚାହାଣୀରେ ଏମିତି ଘାଇଲା ହୋଇଥିଲେ ଯଲିଉଡ୍‌ ‘ଟ୍ରାଜେଡି କୁଇନ୍‌’ ପୂର୍ଣ୍ଣିମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗରୁ ନିଜ ଚାହାଣୀ ଓ ଭଙ୍ଗୀରେ ମତୁଆଲା କରୁଥିଲେ। ଏବେ ମଞ୍ଚରେ ନିଜେ କାନ୍ଦି ଦର୍ଶକଙ୍କୁ କନ୍ଦାଉଛନ୍ତି। ଯଲିଉଡ୍‌ ‘ଟ୍ରାଜେଡି କୁଇନ୍’ ପୂର୍ଣ୍ଣିମାଙ୍କ ରିଅଲ୍‌ ଲାଇଫ୍‌ କିନ୍ତୁ ଭାରି ରୋମାଣ୍ଟିକ୍‌।

ଅନ୍ୟକୁ କିମିଆ କରିବା ପାଇଁ ଷ୍ଟେଜ୍‌କୁ ଉଠିବାବେଳେ ସାଥୀ କାଳାକାରଙ୍କ ଚୋରା ଚାହାଣୀରେ ଏମିତି ଘାଇଲା ହୋଇଗଲେ ଯେ ସାରା ଜୀବନ ପାଇଁ ସେ ହୃଦୟ ଦେଇ ବସିଲେ। ଅଭିନେତା ବିଜୟ କରଙ୍କ ଲାଇଫ୍ ପାର୍ଟନର୍‌ ସାଜିବା ପରେ ‘ମହାରଣା’ରୁ ‘କର’ ହୋଇଥିବା ପୂର୍ଣ୍ଣିମା, ତ୍ରିନାଥ ଗଣନାଟ୍ୟର ନାଟକ ‘କୁଳାଙ୍ଗାର’ର ରିହର୍ସଲ୍‌ ବେଳେ ପ୍ରେମରେ ପଡ଼ିଥିଲେ। କୌତୁହଳର କଥା, ଯାହାଙ୍କୁ ପ୍ରେମ କରି ବସିଲେ, ସେହି ମନର ମଣିଷଟି ‘କୁଳାଙ୍ଗାର’ରେ ତାଙ୍କୁ ବଳାତ୍କାର କରୁଥିବାର ଦୃଶ୍ୟ ରହିଥିଲା। ତେବେ ଏକ ନକାରାତ୍ମକ ଦୃଶ୍ୟର ବଳିଷ୍ଠ ଅଭିନୟରୁ ଆରମ୍ଭ ହୋଇଥିବା ବାସ୍ତବ ଜୀବନର ପ୍ରେମ କାହାଣୀ ଏବେ ବି ଚକ୍‌ଚକ୍‌ କରୁଛି ଠିକ୍ ପୂର୍ଣ୍ଣିମାଙ୍କ ଯଲିଉଡ୍‌ କ୍ୟାରିଅର୍‌ ଭଳି।

ପରିବାର ଲୋକେ ଚାହୁଁଥିଲେ, ଝିଅ ସେମାନଙ୍କର ଶିକ୍ଷୟିତ୍ରୀ ହେଉ। କିନ୍ତୁ ପିଲାବେଳୁ କଳା ପ୍ରତି ଥିବା ଦୁର୍ବଳତା ତାଙ୍କୁ ଅଭିନୟମନସ୍କ କରିଥିଲା। ସ୍କୁଲ୍‌ରେ ଡ୍ରାମା କରୁ କରୁ କେତେବେଳେ ସେ ଏହି ରଙ୍ଗମଞ୍ଚ ପ୍ରେମରେ ପଡ଼ିଗଲେ, ତାଙ୍କର ମନେ ବି ପଡ଼ୁନାହିଁ। କଲେଜ୍‌ ପଢ଼ିବାବେଳେ ବଙ୍ଗଳା ଫିଲ୍ମ ‘ସତ୍ୟ ଶିବ ସୁନ୍ଦର’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଆଉ ତାହା ହିଁ ଦେଇଥିଲା ‘ଅଭିନେତ୍ରୀ’ର ବିଧିବଦ୍ଧ ପରିଚୟ। ପରେ ମଞ୍ଚ ନାଟକର ଦର୍ଶକଙ୍କ କରତାଳି ଏବଂ ଗ୍ରାଜୁଏସନ୍‌ ପରେ ଅଲ୍ ଇଣ୍ଡିଆ କମ୍ପିଟିସନ୍‌ ତାଙ୍କୁ ଆଉ ପଛକୁ ଫେରି ଚାହିଁବାର ସୁଯୋଗ ଦେଇ ନ ଥିଲା।

Purnima-kar

ଧଉଳି ଗଣନାଟ୍ୟର ଲୋକପ୍ରିୟ ନାଟକ ‘କନିଆ ସାଜିଛି କଣ୍ଢେଇ ରାଣୀ’ ତାଙ୍କୁ ଓଡ଼ିଆ ମଞ୍ଚ ଦୁନିଆରେ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ପୂର୍ଣ୍ଣିମା କୁହନ୍ତି। ଏବେ ବି ସେଇ ନାଟକର ଏକ ହିଟ୍‌ ସଂଳାପ ପୂର୍ଣ୍ଣିମାଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି। “ମୁଁ ତ୍ରେତୟା ଯୁଗର ସୀତା ନୁହେଁ ଯେ ରାମଚନ୍ଦ୍ରଙ୍କ ଆଦେଶରେ ଲକ୍ଷ୍ମଣ ମୋତେ ନେଇ ବଣରେ ଛାଡ଼ି ଦେବେ। ମୁଁ ପରା ଗୋଟିଏ ଧର୍ଷିତା ଝିଅ। ଏମିତି ଯାଉ ଯାଉ ମୋ ରାସ୍ତା ସରିଯିବ। ବୋଉ, ଏ ଘରୁ କିଛି ନେବାର ଅଧିକାର ମୋ’ର ନାହିଁ। ମୋ’ ପିନ୍ଧା ଲୁଗା କିଛି କାମରେ ଆସିବନି। ସେ ଗୁଡ଼ାକୁ ଆପଣ ଫିଙ୍ଗି ଦେବେ କାହିଁକି? ସେଇ କେଇଖଣ୍ଡ ଲୁଗା ନେବା ପାଇଁ ମୋତେ ଅନୁମତି ଦିଅନ୍ତୁ। ଆପଣମାନେ କିଛି ଦେଖୁନାହାନ୍ତି କାହିଁକି? ରାତି ମୋ’ ପାଇଁ ପାହି ଯାଇଛି। ମୋ ମୁହଁରୁ ରଙ୍ଗ ବି ଲିଭି ଯାଉଛି। ଅଭିନୟ ବି ସରିଯାଉଛି। ମୁଁ କ’ଣ କରିପାରିବି କହିଲ? ନିଷ୍ଠୁର ନାଟ୍ୟକାରଙ୍କ ଲେଖା ଏଇଠି ଅଟକି ଯାଇଛି। ନିର୍ଦ୍ଦୟ ନିର୍ଦ୍ଦେଶକ ମଞ୍ଚ ଛାଡ଼ି ଚାଲି ଯିବାକୁ ବାଧ୍ୟ କରୁଛନ୍ତି। ମୁଁ କ’ଣ କରିପାରିବି। ମୁଁ ପରା ଗୋଟିଏ ଅଭିନେତ୍ରୀ।”

ଚଳିତ ବର୍ଷ ଉଭୟ ପତି-ପତ୍ନୀ ପାର୍ବତୀ ଗଣନାଟ୍ୟରେ ଅଭିନୟ କରୁଛନ୍ତି। ଗୋଟିଏ ଝିଅକୁ ନେଇ ସେମାନଙ୍କ ପାରିବାରିକ ଜୀବନ୍ ବି ବେଶ୍ ହସ ଖୁସିରେ ଚାଲିଛି।



from Odisha Reporter http://bit.ly/2VjMw3Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages