ନିର୍ବାଚନୀ ଥୋପ !ଏଣିକି ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା ଓ ସ୍ମାର୍ଟ ଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ନିର୍ବାଚନୀ ଥୋପ !ଏଣିକି ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା ଓ ସ୍ମାର୍ଟ ଫୋନ୍‌

ଅମରାବତୀ: ମହିଳାଙ୍କୁ  ମିଳିବ ୧୦ ହଜାର ଟଙ୍କା ଓ ସ୍ମାର୍ଟ ଫୋନ୍‌। ଓଡ଼ିଶା ସରକାର ଭଳି ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନକୁ ଆଖି ଆଗରେ ରଖି କିଛି ଏମିତି ଲୋଭନୀୟ ଯୋଜନା ଘୋଷଣା କରିଛନ୍ତି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ୧୦ ହଜାର ଟଙ୍କା ଏବଂ ସ୍ମାର୍ଟଫୋନ ଦେବାକୁ ଘୋଷଣା କରିଛନ୍ତି। ମହିଳା ଏବଂ ଶିଶୁ ବିକାଶ ଯୋଜନା କାର୍ଯ୍ୟକ୍ରମ ଅଧୀନରେ ମହିଳାମାନଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯିବ।

ଏହି ସ୍କିମର ନାଁ ରହିଛି ପୁଷ୍ପ-କୁମ୍‌କୁମ୍‌। ଅମରାବତୀର ଏକ ସରକାରୀ ସଭାରେ ଏହି ସ୍କିମର ଘୋଷଣା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ। ତେବେ ଏହି ଟଙ୍କା ଚେକ୍‌ ଆକାରରେ ୩ଟି ଇନଷ୍ଟଲମେଣ୍ଟରେ ପ୍ରଦାନ କରାଯିବ। ପ୍ରଥମ କିସ୍ତିରେ ସମସ୍ତ ଚେକ୍‌ ଫେବୃଆରୀ ପ୍ରଥମ ସପ୍ତାହରେ ଦିଆଯିବ । ସ୍କିମ ଅନୁସାରେ ମହିଳାଙ୍କୁ ତିନିଟି କିସ୍ତିରେ ୨୫୦୦ ଟଙ୍କା ପ୍ରଦାନ କରାଯିବ ।

ଯାହା ଫେବୃଆରୀରେ ଉଠାଯାଇପାରିବ। ସେହିପରି ୩୦୦୦ ଟଙ୍କା ଫେବୃଆରୀ ଶେଷ ଏବଂ ଅପ୍ରେଲରେ ୪୦୦୦ ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ୯୩ ଲକ୍ଷ ମହିଳା ଉପକୃତ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ସରକାରଙ୍କ ତହବିଲରୁ ୯,୪୦୦ କୋଟି ଟଙ୍କାର ବୋଝ ପଡ଼ିବ। ତେବେ ଏହି ଯୋଜନାକୁ ବିରୋଧୀ ୱାଇଏସ୍‌ଆରସିପିର ମୁଖ୍ୟ ଜଗମୋହନ ରେଡ୍ଡୀ ସମାଲୋଚନା କରିଛନ୍ତି। କହିଛନ୍ତି ସରକାରଙ୍କର ଏହା ହେଉଛି ଭୋଟ୍‌ ପାଇଁ ନୋଟ୍‌ ଯୋଜନା।



from Odisha Reporter http://bit.ly/2CPXNR6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages