
ଆବଶ୍ୟକ ସାମଗ୍ରୀ- ଫିଙ୍ଗର ଶେପ୍ରେ କଟା ଯାଇଥିବା ପନିର୍, ବଟା ଅଦା, ବଟା ରସୁଣ, ଲେମ୍ବୁ, ମଇଦା, ବେସନ, ଲଙ୍କା ଗୁଣ୍ଡ, ଗରମ ମସଲା, ଜୁଆଣୀ, ଲୁଣ ଏବଂ ଗୋଲମରିଚ ଗୁଣ୍ଡ, ବ୍ରେଡ୍ ଗୁଣ୍ଡ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ- କଟା ପନିର୍କୁ ଏକ ପ୍ଲେଟ୍ରେ ରଖନ୍ତୁ। ବଟା ଅଦା-ରସୁଣରେ ଲେମ୍ବୁ ଚିପୁଡ଼ି ପନିର୍କୁ ଗୋଳାନ୍ତୁ। ପାଖାପାଖି ୧୫ ମିନିଟ୍ ଯାଏ ଏହାକୁ ମାରିନେଟ୍ କରି ଫ୍ରିଜ୍ରେ ରଖନ୍ତୁ। ଅନ୍ୟ ଏକ ପାତ୍ରରେ ମଇଦା, ରୋଷ୍ଟେଡ୍ ବେସନ, ଜୁଆଣି, ଲଙ୍କା ଗୁଣ୍ଡ, ଗରମ ମସଲା ଏବଂ ଲୁଣ ମିଶାନ୍ତୁ। ଏଥିରେ ଅଳ୍ପ ପାଣି ମିଶାଇ ଗାଢ଼ ଘୋଳା ତିଆରି କରନ୍ତୁ। ଏହି ଘୋଳରେ ପନିର୍ ଫିଙ୍ଗର୍ସବୁ ବୁଡ଼ାନ୍ତୁ। ଏହାପରେ ସେଥିରେ ବ୍ରେଡ୍ ଗୁଣ୍ଡ ଏପଟ ସେପଟ କରନ୍ତୁ।
କୋଟିଂ କରିବା ପରେ ପନିର୍କୁ ଗରମ ତେଲରେ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏ ଛାଣନ୍ତୁ। କଡ଼େଇରୁ ପନିର୍ ଫିଙ୍ଗରସ୍ ବାହାର କରି ଟିସୁ ପେପରରେ ରଖନ୍ତୁ। ଯାହାଫଳରେ ଅତିରିକ୍ତ ତେଲ ବାହାରିଯିବ। ଏହାକୁ ମିଠା ଚଟଣି ସହିତ ଗରମ ଗରମ ପରଷନ୍ତୁ।
from Odisha Reporter http://bit.ly/2RSpdA7
No comments:
Post a Comment