ରାକେଶ୍‌ ଶର୍ମାଙ୍କ ବାୟୋପିକ୍‌ରେ ଶାହାରୁଖ୍‌ ନୁହେଁ ଅଭିନୟ କରିବେ ଇଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ରାକେଶ୍‌ ଶର୍ମାଙ୍କ ବାୟୋପିକ୍‌ରେ ଶାହାରୁଖ୍‌ ନୁହେଁ ଅଭିନୟ କରିବେ ଇଏ

saharukhh

ମୁମ୍ବାଇ: ରାକେଶ ଶର୍ମାଙ୍କ ବାୟୋପିକ୍‌ ‘ସାରେ ଜାହାଁସେ ଅଚ୍ଛା’କୁ ନେଇ ଯେବେଠୁ ଘୋଷଣା କରାଯାଇଛି ସେବେଠୁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମେ ଏହି ଫିଲ୍ମରେ ଆମୀର୍‌ ଖାନ୍‌ ଅଭିନୟ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଅନ୍ୟ କାମରେ ବ୍ୟସ୍ତ ଥିବା କାରଣରୁ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ। ତା’ପରେ ସେ ଏହି ଫିଲ୍ମ ପାଇଁ ଶାହାରୁଖ୍‌ ଖାନ୍‌ଙ୍କୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଶାହାରୁଖ୍‌ ବି ଏଥିରେ ରାଜି ହୋଇଗଲେ। କିନ୍ତୁ ଏବେ ଶୁଣିବାକୁ ମିଳୁଛି କି, ଶାହାରୁଖ୍‌ ବି ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଛନ୍ତି।

ଏଥିପାଇଁ ସାର୍ବଜନୀନ ଘୋଷଣା ହୋଇ ନ ଥିଲେ ବି ଶାହାରୁଖ୍‌ ଏବେ ଫରହାନ୍‌ ଅଖ୍‌ତର୍‌ଙ୍କ ଫିଲ୍ମ ‘ଡନ୍‌ ୩’ର ଶୁଟିଂ କରିବା ପାଇଁ ଏହି ଫିଲ୍ମ ପାଇଁ ମନା କରିଥିବା ସ୍ପଷ୍ଟ।

viki

ତେବେ ଶାହାରୁଖ୍‌ଙ୍କ ପରେ ଆଉ ଜଣେ କଳାକାରଙ୍କ ନାଁ ସାମ୍ନାକୁ ଆସିଛି। ସେ ହେଉଛନ୍ତି ଭିକି କୌଶଲ। ଫିଲ୍ମ ନିର୍ମାତା ଭିକିଙ୍କୁ ଶାହାରୁଖ୍‌ଙ୍କ ଯାଗାରେ ନେବାକୁ ଯୋଜନା କରିଥିବା ସୂଚନା ମିଳିଛି। ନିର୍ମାତାଙ୍କ ମତରେ ଭିକି ଏହି ଚରିତ୍ରକୁ ସଠିକ୍‌ ଭାବେ ନ୍ୟାୟ ଦେଇ ପାରିବ। କିନ୍ତୁ ସାର୍ବଜନୀନ ଭାବେ ଏହାର ଘୋଷଣା ହୋଇନି।

ପୂର୍ବରୁ ଏହି ଫିଲ୍ମର ରାଇଟର ଅଞ୍ଜୁମ୍‌ ରାଜାୱଲୀଙ୍କୁ ଶାହାରୁଖ୍‌ଙ୍କ ଫିଲ୍ମ ଛାଡ଼ିବା ନେଇ  ପଚରାଯାଇଥିବା ବେଳେ, ଅଞ୍ଜୁମ୍‌ ଏହି ଖବର ସବୁ ମୂଲ୍ୟହୀନ ଓ ଏସବୁ ଗୁଜବ ବୋଲି କହିଥିଲେ।

ତେବେ ଦେଖିବା ବାକି ରହିଲା ଏହି ଫିଲ୍ମରେ କାହାକୁ କାଷ୍ଟ୍‌ କରାଯିବ।

 

 



from Odisha Reporter http://bit.ly/2CMeSeH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages