‘କାଳିଆ’ କଥା ବୁଝିବାକୁ ଯାଇଥିଲେ, ପଞ୍ଚାୟତ ଅଫିସ୍‌ରେ ମୁଣ୍ଡ ଫଟାଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

‘କାଳିଆ’ କଥା ବୁଝିବାକୁ ଯାଇଥିଲେ, ପଞ୍ଚାୟତ ଅଫିସ୍‌ରେ ମୁଣ୍ଡ ଫଟାଇ ଦେଲେ

kalia

ନୟାଗଡ଼ (ସତ୍ୟନାରାୟଣ ସୁର ଜଗଦ୍ଦେବ): ‘କାଳିଆ’ ଫର୍ମ ବିଷୟରେ ବୁଝିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ଆକ୍ରମଣର ଶିକାର ହୋଇଛନ୍ତି। କିଛି ଲୋକ ତାଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀ ହୋଇଥିବାରୁ ତାଙ୍କ ନାଁ କାଳିଆ ଯୋଜନାରୁ କଟିଥିବା କହି ଅଭିଯୁକ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନଡ଼ିଆଳିରେ।

ଅଭିଯୋଗ ଅନୁସାରେ ଚୈତନ୍ୟ ସାହୁ ନାମକ ଜଣେ ବ୍ୟକ୍ତି ‘କାଳିଆ’ ଯୋଜନାର ସୁଫଳ ପାଇବା ପାଇଁ ପଞ୍ଚାୟତରେ ଫର୍ମ ପକାଇଥିଲେ। ତେବେ ଲିଷ୍ଟରେ ତାଙ୍କର ନାଁ ନଥିବା ଜାଣି ପଞ୍ଚାଯତ ଅଧିକାରୀଙ୍କ ପାଖକୁ ଏ ବିଷୟରେ ବୁଝିବାକୁ ଯାଇଥିଲେ। ହେଲେ ସେଠାରେ ଥିବା କିଛି ଲୋକ ଚୈତନ୍ୟଙ୍କୁ କଂଗ୍ରେସ ଦଳର ଲୋକ ହୋଇଥିବାରୁ ତୁମ ନାଁ କଟିଗଲା ବୋଲି କହିଥିଲେ। ଏହାକୁ ନେଇ ସେମାନଙ୍କ ସହ ଚୈତନ୍ୟଙ୍କର ବଚସା ହୋଇଥିଲା। ପରେ ସେମାନେ ଚୈତନ୍ୟଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ଚୈତନ୍ୟଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭତ୍ତି କରାଯାଇଛି। ଏନେଇ ଚୈତନ୍ୟଙ୍କ ପତ୍ନୀ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟରେ ଚୈତନ୍ୟଙ୍କୁ ମାଡ଼ ମାରିଥିବା ବ୍ୟକ୍ତିମାନଙ୍କ ତରଫରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରାଯାଇଛି। ପୁଲିସ୍‌ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦର ଥାନା ଆଇଆଇସି ମନୋରମା ମଲ୍ଲିକ କହିଛନ୍ତି।



from Odisha Reporter http://bit.ly/2RVUFOh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages