ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଗଜରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଗଜରାଜ

ବାଲିଗୁଡ଼ା (ଅଜିତ କୁମାର ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନ ବେଲ୍‌ଘର ବନାଞ୍ଚଳ ଲଙ୍କାଗଡ଼ ସଂରକ୍ଷିତ ଜଙ୍ଗଲରେ ଗତ ୧୬ ତାରିଖରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ମାଈ ହାତୀର ଗତକାଲି ମୃତ୍ୟୁ ହୋଇଛି। ଦୀର୍ଘ ୮ ଦିନ ଧରି ଚିକିତ୍ସା କରାଯାଇଥିଲେ ମଧ୍ୟ ବନ ବିଭାଗ ହାତୀର ଜୀବନ ବଞ୍ଚାଇପାରିନଥିଲା।

ଗତ କିଛି ମାସ ତଳେ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ୬ରୁ ୭ଟି ହାତୀ ଲଙ୍କାଗଡ଼ ଅଞ୍ଚଳରେ ବୁଲାବୁଲି କରୁଥିଲେ। ସେଥିରୁ ଗୋଟିଏ ମାଈ ହାତୀ ଉକ୍ତ ଜଙ୍ଗଲରେ ପଡ଼ିଯାଇଥିଲା ଏବଂ ଆଉ ଉଠି ପାରିନଥିଲା। କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ହାତୀଟିକୁ ଉଦ୍ଧାର କରି ଚିକିତ୍ସା କରିଥିଲା। ହେଲେ ହାତୀର ଜୀବନ ବଞ୍ଚାଇ ପାରିନଥିଲେ। ଗତକାଲି ରାତିରେ ହାତୀଟିର ମୃତ୍ୟୁ ଘଟିଛି।

ଶବ ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ପୋତି ଦିଆଯାଇଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କୌଣସି କାରଣ ଜଣାପଡ଼ି ନାହିଁ ବୋଲି ବନ ବିଭାଗ କହିଛି। ତେବେ ବୟସାଧିକ୍ୟ ଯୋଗୁ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ସଫେଇ ଦେଇଛି।

ସେହିପରି ଗତ ଡିସେମ୍ବର ୨୭ ତାରିଖରେ ମଧ୍ୟ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ମାତ୍ର ତା’ର ମୃତ୍ୟୁର କାରଣ ଜଣାପଡ଼ିନଥିବାରୁ ବନ ବିଭାଗ ତରବରିଆ ଭାବେ ପୋତି ଦେଇଥିବା ଅଭିଯୋଗ ହୋଇଛି। ମାସକ ମଧ୍ୟରେ ବେଲଘର ଅଞ୍ଚଳରେ ଦୁଇଟି ହାତୀର ମୃତ୍ୟୁ ହୋଇ ସାରିଲାଣି। ଯାହାକୁ ନେଇ ବନ ବିଭାଗର ଅକଲ ଗୁଡୁମ୍‌ ହୋଇଯାଇଛି। ଏହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।



from Odisha Reporter http://bit.ly/2RKNsAj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages