ପୁରୁଷଙ୍କ ପରେ ମହିଳା ଟିମ୍‌ ବି ନ୍ୟୁଜିଲ୍ୟାଣ୍ଡକୁ ମାତ୍‌ ଦେଲା, ମନ୍ଧାନାଙ୍କ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ପୁରୁଷଙ୍କ ପରେ ମହିଳା ଟିମ୍‌ ବି ନ୍ୟୁଜିଲ୍ୟାଣ୍ଡକୁ ମାତ୍‌ ଦେଲା, ମନ୍ଧାନାଙ୍କ ଶତକ

ନାପିଅର: ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ ପରେ ଆଜି ମହିଳା ଦଳ ଅନୁରୂପ ଢଙ୍ଗରେ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଦିନିକିଆରେ ପରାସ୍ତ କରିଛି। ଟିମ ଇଣ୍ଡିଆର ପୁରୁଷ ଦଳ ଗତକାଲି ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟ୍‌ରେ ହରାଇଥିଲା। ଆଜି ମହିଳା ଦଳ କିନ୍ତୁ ୯ ୱିକେଟ୍‌ରେ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡର ମହିଳା ଦଳକୁ ପରାସ୍ତ କରି ୩ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ମହିଳା

ଦଳର ଏହି ବିଜୟରେ ଓପନର ସ୍ମୃତି ମନ୍ଧାନା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ପ୍ରଥମ ଦିନିକିଆରେ ଶତକୀୟ ଇନିଂସ ଖେଳି ଘରୋଇ ଦଳକୁ ନାକେଦମ କରିଛନ୍ତି। ସେହିପରି ଅନ୍ୟତମ ଓପନର ଜେମିମା ରୋର୍ଡିଗସ୍‌ ୮୧ ରନ୍‌ର ଅପରାଜିତ ପାଳି ଖେଳି ଭାରତକୁ ୩୩ ଓଭର୍‌ରେ ବିଜୟୀ କରାଇଥିଲେ।

ଟସ୍‌ ଜିତି ମିତାଲି ରାଜଙ୍କ ଟିମ୍‌ ଇଣ୍ଡିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ନ ହୋଇପାରି ନ୍ୟୁଜିଲ୍ୟାଣ୍ଡର ପୂରା ଟିମ୍‌ ୪୮.୪ ଓଭର୍‌ରେ ମାତ୍ର ୧୯୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଟିମ୍‌ ଇଣ୍ଡିଆ ପକ୍ଷରୁ ଏକତା ବିଷ୍ଟ ଓ ପୁନମ ଯାଦବ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଦୀପ୍ତି ଶର୍ମା ୨ଟି ଓ ଶିକ୍ଷା ପାଣ୍ଡେ ୧ ୱିକେଟ୍‌ ନେଇଥିଲେ।

୧୯୩ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆକୁ ଦୁଇ ଓପନର୍‌ ସ୍ମୃତି ମନ୍ଧାନା ଓ ଜେମିମା ଦ୍ରୁତ ଆରମ୍ଭ ଦେଇଥିଲେ। ଉଭୟ ୩୨.୨ ଓଭର୍‌ରେ ୧୯୦ ରନ୍‌ର ଭାଗୀଦାରି କରିଥିଲେ। ମନ୍ଧାନା ୧୦୪ ବଲ୍‌ରେ ୧୦୫ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ଜେମିମା ୯୪ଟି ବଲ୍‌ରେ ୮୧ ରନ୍‌ କରିଥିଲେ।

ମନ୍ଧାନା ତାଙ୍କ ଇନିଂସ୍‌ରେ ୩ଟି ଛକା ଓ ୯ଟି ଚୌକା ମାରିଥିଲେ। ବିଜୟ ପାଇଁ ମାତ୍ର ୩ ରନ୍‌ ଦରକାର ଥିବା ବେଳେ ମନ୍ଧାନା ବଡ଼ ଶଟ୍‌ ଖେଳିବା ଲୋଭରେ ଆଉଟ୍‌ ହୋଇଯାଇଥିଲେ। ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦୀପ୍ତି ଶର୍ମା କୌଣସି ବଲ୍‌ ସାମ୍ନା କରିବା ପୂର୍ବରୁ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ଜିତି ନେଇଥିଲା। ଶତକୀୟ ଇନିଂସ୍‌ ପାଇଁ ମନ୍ଧାନାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଛି।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆସନ୍ତା ୨୯ରେ ଖେଳାଯିବ।



from Odisha Reporter http://bit.ly/2CIQ0EV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages