ବଲିଉଡ୍‌ରେ ଏଣ୍ଟ୍ରି ମାରିଲେ ଦୁଇ ଷ୍ଟାର୍‌କିଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ବଲିଉଡ୍‌ରେ ଏଣ୍ଟ୍ରି ମାରିଲେ ଦୁଇ ଷ୍ଟାର୍‌କିଡ୍‌

riva1

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ରେ ଏବେ ଷ୍ଟାର୍‌ କିଡ୍‌ସ୍‌ଙ୍କ ରାଜ୍‌ ଚାଲିଛି। ଜାହ୍ନବୀ କପୁର ହୁଅନ୍ତୁ ଅବା ସାରା ଅଲି ଖାନ୍‌, ଏମାନଙ୍କ ବଲିଉଡ୍‌ ଏଣ୍ଟ୍ରି ଖୁବ୍ ଧମାକାଦାର୍‌ ରହିଛି। ଏବେ ଏହି ତାଲିକାରେ ଯୋଡ଼ି ହୋଇ ଯାଇଛନ୍ତି ଭୋଜପୁରୀ ସୁପରଷ୍ଟାର୍‌ ରବି କିଶନ ଝିଅ ରିଭା ଓ ବିଗତ ଦିନର ଚୁଲ୍‌ବୁଲି ନାୟିକା ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା। ଉଭୟ ‘ସବ୍‌ କୁସଲ୍‌ ମଙ୍ଗଲ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛନ୍ତି।

ତେବେ ଅନ୍ୟ ଷ୍ଟାର କିଡ୍‌ସ୍‌ଙ୍କ ପରି ଏହି ଦୁଇ କିଡ୍‌ ବି ସଫଳତାର ପାହାଚ ଚଢ଼ିବେ ବୋଲି ସମୀକ୍ଷକ ଆଶାବ୍ୟକ୍ତ କରିଛନ୍ତି।

kishasn‘ସବ୍‌ କୁସଲ୍‌ ମଙ୍ଗଲ୍‌’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କରନ କଶ୍ୟପ। ଫିଲ୍ମର ପ୍ରଯୋଜନା ସମ୍ଭାଳିଛନ୍ତି ଜଣାଶୁଣା ନିର୍ମାତା ନୀତିନ୍‌ ମନମୋହନଙ୍କ ଝିଅ ପ୍ରାଚୀ।

ରବି କିଶନ୍‌ଙ୍କୁ ବଲିଉଡ୍‌ ଏଣ୍ଟ୍ରି ଦେଇଥିଲେ ନିତିନ ମନମୋହନ। ଏବେ ତାଙ୍କ ଝିଅଙ୍କ ପ୍ରଯୋଜନାରେ ନିର୍ମିତ ଫିଲ୍ମରେ ରବି କିଶନଙ୍କ ଝିଅ ଅଭିନୟ କରୁଛନ୍ତି। 

ନିଜର ବଲିଉଡ୍‌ ପ୍ରବେଶ ନେଇ ରିଭା କହିଛନ୍ତି-“ଆମେରିକାରେ ଥିବା ବେଳେ ବାପା(ରବି କିଶନ)ଙ୍କ ସାଙ୍ଗ ଫୋନ କରି ମୋତେ ଏହି ସୂଚନା ଦେଇଥିଲେ। ଏହି ଖବର ପାଇବା ପରେ ବହୁତ ଖୁସି ହୋଇଥିଲି।”

ଅନ୍ୟପକ୍ଷରେ ରବି କିଶନ କହିଛନ୍ତି,“ରିଭା ମୋର ଅଭିନୟ ଦେଖି ବଡ଼ ହୋଇଛି। ପିଲା ବେଳୁ ତା’ର କଳା ପ୍ରତି ଦୁର୍ବତା ରହିଥିଲା। ଏହି ଫିଲ୍ମରେ ତାକୁ ନିଶ୍ଚିତ ସଫଳତା ମିଳିବ।”

ରିଭା ଅଭିନେତା ନଶିରୁଦ୍ଦିନ୍‌ ଶାହଙ୍କ ପ୍ଲେ’ ଗ୍ରୁପ୍‌ରେ ଗୋଟିଏ ବର୍ଷ ଅଭିନୟ କରିଛନ୍ତି। ସେ ଆମେରିକାରେ ଏକ ଅଭିନୟ ପ୍ରଶିକ୍ଷଣ କେନ୍ଦ୍ରରେ ମଧ୍ୟ ଦେଢ଼ ବର୍ଷ ତାମିଲ୍‌ ନେଇଛନ୍ତି।

ସୂଚନାଯୋଗ୍ୟ,‘ସବ୍‌ କୁସଲ୍‌ ମଙ୍ଗଲ୍‌’ ଫିଲ୍ମରେ ରିଭାଙ୍କ ବିପକ୍ଷରେ ନାୟକ ହୋଇଥିବା ଷ୍ଟାର୍‌ କିଡ୍‌ ପ୍ରିୟାଙ୍କ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ ଓ ପ୍ରଯୋଜକ ପ୍ରଦୀପ ଶର୍ମାଙ୍କ ପୁଅ। ଫିଲ୍ମରେ ଅକ୍ଷୟ ଖନ୍ନାଙ୍କୁ ମଧ୍ୟ ଦେଖିବାକୁ ମିଳିବ।



from Odisha Reporter http://bit.ly/2RsL8ce

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages