
ନୂଆଦିଲ୍ଲୀ; ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଆଜି ତିରୋଧାନ ଦିବସ। ୧୯୪୮ ମସିହାର ଏହି ଦିନରେ ନାଥୁରାମ ଗଡ୍ସେ, ଗାନ୍ଧିଜୀଙ୍କୁ ଗୁଳି କରି ହତ୍ୟା କରିଥିଲେ।
ଏହି ଅବସରରେ ମହତ୍ମାଙ୍କ ସମାଧିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଚର ମନମୋହନ ସିଂ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଆଜିର ଦିନକୁ ସାରା ଦେଶ ସହିଦ ଦିବସ ରୂପେ ପାଳନ କରିଥାଏ। ଏହି ଦିବସରେ ପୂର୍ବାହ୍ଣ ୧୧ଟାରେ ସାରା ଦେଶ ଗାନ୍ଧିଜୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥାଏ।
from Odisha Reporter http://bit.ly/2DI3LoZ
No comments:
Post a Comment