ନିଯୁକ୍ତି ପ୍ରସଙ୍ଗରେ ମୋଦିଙ୍କୁ ଅତ୍ୟାଚାରୀ ଶାସକ କହିଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ନିଯୁକ୍ତି ପ୍ରସଙ୍ଗରେ ମୋଦିଙ୍କୁ ଅତ୍ୟାଚାରୀ ଶାସକ କହିଲେ ରାହୁଲ

ନୂଆଦିଲ୍ଲୀ: ୨୦୧୭-୧୮ ମସିହାରେ ବେକାରୀ ହାର ୪୫ ବର୍ଷର ରେକର୍ଡ ଭାଙ୍ଗିବାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତିକ କାଦୁଅ ଫୋପଡ଼ା। ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଫ୍ୟୁରର୍‌(Fuhrer)’ ବା ‘ଅତ୍ୟାଚାରୀ ଶାସକ’ କହି ସମାଲୋଚନା କରିଛନ୍ତି।

ନ୍ୟାସନାଲ ସାମ୍ପଲ ସର୍ଭେ ଅଫିସ୍‌ର ପିରିଅଡିକ୍‌ ଲେବର ଫୋର୍ସ ସର୍ଭେ ସମ୍ପର୍କିତ ଏକ ଖବର ବିଜିନେସ୍‌ ଷ୍ଟାଣ୍ଡାର୍ଡରେ ପ୍ରକାଶ ପାଇବାପରେ ଏହାକୁ ନେଇ ତମ୍ବି ତୋଫାନ ଆରମ୍ଭ ହୋଇଛି। ଏହି ରିପୋର୍ଟରେ କୁହାଯାଇଛି ୨୦୧୭-୧୮ରେ ବେକାରୀ ୬.୧% ଥିଲା ଯାହାକି ୧୯୭୨-୭୩ ପରଠାରୁ ସବୁଠାରୁ ଅଧିକ।

ରାହୁଲ ଆଜି ଟ୍ୱିଟ୍‌ କରି କହିଛନ୍ତି, “ନମୋ ଜବ୍ସ! ଅତ୍ୟାଚାରୀ ଶାସକ ପ୍ରତିଶ୍ରୁତି ଦେଇଥିଲେ ବର୍ଷକୁ ୨କୋଟି ନିଯୁକ୍ତି ଦେବେ। କିନ୍ତୁ ତାଙ୍କ ନିଯୁକ୍ତି ସୃଷ୍ଟି ରିପୋର୍ଟ କାର୍ଡ ସାମ୍ନାକୁ ଆସିବା ପରେ ଏହା ଜାତୀୟ ବିପର୍ଯ୍ୟୟ ସୃଷ୍ଟି କରିଛି। ୪୫ ବର୍ଷରେ ବେକାରୀ ସର୍ବାଧିକ ନକାରାତ୍ମକ ସ୍ଥିତିରେ ପହଞ୍ଚିଛି। ୬.୫ କୋଟି ଯୁବକ ଆଜି ବେକାର ଅଛନ୍ତି। ଏବେ #NaMo2Goର ସମୟ ଆସିଛି।”

ସେ ‘ଫ୍ୟୁରର୍‌’ ଶବ୍ଦଟି ବ୍ୟବହାର କରିବାର ପଛରେ ଥିବା କାରଣ ହେଉଛି, ଏ ଶବ୍ଦଟି ନିଷ୍ଠୁର ତଥା ଅତ୍ୟାଚାରୀ ଏବଂ ଏକଚ୍ଛତ୍ରବାଦୀ ଶାସକ ଆଡଲଫ୍‌ ହିଟଲର୍‌ଙ୍କ ଅନ୍ୟନାମ। ଅନ୍ୟପକ୍ଷରେ ମୋଦି ପ୍ରୋତ୍ସାହନ ଦେଇଆସୁଥିବା ‘ଉରୀ’ ଫିଲ୍ମର ଲୋକପ୍ରିୟ ଡାଇଲଗ୍‌ #HowsTheJosh ଭଳି #HowsTheJobs ବ୍ୟବହାର କରିଥିଲେ।

ଅନ୍ୟପକ୍ଷରେ ରାହୁଲଙ୍କ ମନ୍ତବ୍ୟର ଉତ୍ତର ରଖି ବିଜେପି କହିଛି, “ଏହା ସ୍ପଷ୍ଟ ଯେ, ସେ ଇଟାଲୀର ନିଷ୍ଠୁର ଶାସକ ମୁସୋଲିନିଙ୍କ ଅଦୂରଦର୍ଶିତା ଏବଂ ସଂକୀର୍ଣ୍ଣତାକୁ ଆହରଣ କରିଛନ୍ତି।ଇପିଏଏଫ୍‌ଓର ତଥ୍ୟରୁ ସ୍ପଷ୍ଟ ଜଣାଯାଇଛି ଯେ, ଗତ ୧୫ ମାସରେ ନିଯୁକ୍ତି ସୃଷ୍ଟି ତ୍ୱରାନ୍ୱିତ ହୋଇଛି। ଜୀବନରେ କୌଣସି ନିଯୁକ୍ତି ପାଇନଥିବା ଏବଂ ସମ୍ପୂର୍ଣ୍ଣ ବେକାର ଜଣେ ବ୍ୟକ୍ତି ହିଁ ଏଭଳି ମିଛ ପ୍ରଚାର କରିପାରିବ।”



from Odisha Reporter http://bit.ly/2SeRT5U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages