ପ୍ରଥମଥର ପାଇଁ ଆଗ ଧାଡ଼ିରେ ବସିଲେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ପ୍ରଥମଥର ପାଇଁ ଆଗ ଧାଡ଼ିରେ ବସିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ସଦନକୁ ଉଦ୍‌ବୋଧନ ଦେଇଛନ୍ତି। ତେବେ ପ୍ରଥମଥର ପାଇଁ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଏକ ଘଟଣା ଘଟିଛି।

ସଂସଦରେ ସର୍ବଦା ପଛରେ ବସୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପ୍ରଥମଥର ପାଇଁ ଆଗ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ଆଗ ଧାଡ଼ିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ମଲ୍ଲିକାର୍ଜୁନ ଖାଡ଼ଗେ ବସିଥିଲେ।

ତେବେ ବଜେଟ୍‌ ଅଧିବେଶନର ପ୍ରଥମଦିନରେ ରାହୁଲଙ୍କ ମା’ ତଥା ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ସଂସଦକୁ ଆସିନାହାନ୍ତି। ସେ ପୂର୍ବଭଳି ଗୋଆରେ ରହିଛନ୍ତି।

ସେ ରବିବାର ଗୋଆରୁ ଫେରିବେ ବୋଲି ଜଣାପଡ଼ିଛି। ସୋନିଆ ଗାନ୍ଧି ସର୍ବଦା ସଂସଦରେ ଉପସ୍ଥିତ ରୁହନ୍ତି। କିନ୍ତୁ ଏବେ ସେ ଆଜମାରେ ପୀଡ଼ିତ ଥିବାରୁ ତାଙ୍କୁ ଦିଲ୍ଲୀ ଭଳି ମାତ୍ରାଧିକ ପ୍ରଦୂଷିତ ସହରରୁ ଦୂରେଇ ରହିବାକୁ କୁହାଯାଇଛି।



from Odisha Reporter http://bit.ly/2HFSLfC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages