
ବଣାଇ (ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁରେ ଜଣେ ମହିଳା ଓ ତାଙ୍କର ୪ ଛୁଆଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଘରେ ରକ୍ତ ଛିଟା ପଡ଼ିଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏନେଇ ମୃତ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି।
ମହିଳାଙ୍କ ସ୍ୱାମୀ ଡ୍ରାଇଭର କାମ କରନ୍ତି। ସେ ବାହାରେ ରୁହନ୍ତି। ଗତକାଲି ସେ ଘରକୁ ଆସିଥିଲେ। ହେଲେ ଘରେ ସ୍ତ୍ରୀ ଓ ଛୁଆଙ୍କୁ ଦେଖିବାକୁ ପାଇ ନ ଥିଲେ।
ଏହାପରେ ସେ ଘରେ ରକ୍ତ ଛିଟା ପଡ଼ିଥିବା ଦେଖିଥିଲେ। ଏହା ପରେ କିଛି ଅଘଟଣ ଘଟିଥିବା ଆଶଙ୍କା କରି ସେ ଥାନାର ଅଭିଯୋଗ କରିଥିଲେ।
ପୁଲିସ୍ ଘଟଣା ତଦନ୍ତ କରୁଛି।
from Odisha Reporter http://bit.ly/2FQ3HWr
No comments:
Post a Comment