
ମୁମ୍ବାଇ: ବହୁ ଚର୍ଚ୍ଚିତ ଠକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଝଟ୍କା। ୧୩,୦୦୦ କୋଟି ଟଙ୍କା ଋଣ ଠକେଇ କରି ଫେରାର ଥିବା ନିରବ ମୋଦିଙ୍କ ମୁମ୍ବାଇରେ ଥିବା ବିଳାସମୟ ବଙ୍ଗଳାକୁ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି। ଏକାଧିକ ଡୋଜର ଲଗାଇ ଏହି ବଙ୍ଗଳା ଭଙ୍ଗାଯାଉଛି। ଯାହାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଆଲିବାଗଠାରେ ନିରବ ମୋଦିଙ୍କ ସମୁଦ୍ର ତଟରେ ଥିବା ଏହି ରାଜକୀୟ ବଙ୍ଗଳାକୁ ରାଇଗଡ଼ ଜିଲ୍ଲା ପ୍ରଶାସନ ଶୁକ୍ରବାର ଭାଙ୍ଗିବା ଆରମ୍ଭ କରିଛି।
ନିରବ ମୋଦିଙ୍କର ଏହି ବଙ୍ଗଳା ବେଆଇ ନିର୍ମାଣ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ବିଜୟ ସୂର୍ଯ୍ୟବଂଶୀ ଏହି ବଙ୍ଗଳାକୁ ଭାଙ୍ଗିବା ଲାଗି ନିର୍ଦେଶ ଦେଇଥିଲେ।
ଏହି ବଙ୍ଗଳାଟି ୩୦,୦୦୦ ବର୍ଗଫୁଟ୍ ପରିମିତ ଜମିରେ ନିର୍ମିତ ହୋଇଛି। ଏହାକୁ ଭାଙ୍ଗିବାକୁ ଆହୁରୀ ୩-୪ ଦିନ ଲାଗିପାରେ। ପୂର୍ବରୁ ଏହି ବଙ୍ଗଳାକୁ ପ୍ରବର୍ତନ ନିର୍ଦେଶାଳୟ (ଇଡି) ସିଲ୍ କରିଥିଲା। ସିଲ୍ ହୋଇଥିବା ଏହି କୋଠାକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଇଡି ନିକଟରେ ଆବେଦନ କରିଥିଲେ।
from Odisha Reporter http://bit.ly/2FZv1Rm
No comments:
Post a Comment