
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ଜାନୁଆରୀ ୮ ଓ ୯ରେ ଦିଆଯାଇଥିବା ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରାକୁ ବିଜେଡି ସମର୍ଥନ କରିଛି।
ବିଜେଡିର ଶ୍ରମିକ ସଂଗଠନ ‘ବିଜୁ ଶ୍ରମିକ ସାମ୍ମୁଖ୍ୟ’ର ରାଜ୍ୟ ମହାସଚିବ ସୁବାସ ସିଂ ଏ ସମ୍ପର୍କରେ ଏକ ପ୍ରେସ ରିଲିଜ୍ ଜାରି କରି କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି, ଶ୍ରମିକ ମାରଣ ନୀତି, ଦରଦାମ ବୃଦ୍ଧି, କର୍ପୋରେଟ୍ ସ୍ୱାର୍ଥରେ ଶ୍ରମ ଆଇନ୍ ସଂଶୋଧନ, ଟ୍ରେଡ ୟୁନିଅନ୍ ଅଧିକାର ଉପରେ ଆକ୍ରମଣ, ରାଷ୍ଟ୍ରାୟତ୍ତ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ବ୍ୟାଙ୍କଗୁଡିକ ମିଶ୍ରଣ କରିବା ଓ ଘରୋଇକରଣକୁ ବିରୋଧ କରିବା, ବିଭିନ୍ନ ଯୋଜନାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ, ସର୍ବନିମ୍ନ ମାସିକ ମଜୁରୀ ୧୮ ହଜାର ଟଙ୍କା ଏବଂ ସର୍ବନିମ୍ନ ପେନ୍ସନ୍ ମାସିକ ୬ ହଜାର ଟଙ୍କା ପ୍ରଦାନ, ବେକାରୀ ସମସ୍ୟା ଦୂର କରିବା ଓ ସମସ୍ତ ସ୍ତରର ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଦାବିଗୁଡିକୁ ସମର୍ଥନ କରି ଅନୁଷ୍ଠିତ ହେଉଥିବା ଦୁଇଦିନିଆ ସାଧାରଣ ଧର୍ମଘଟକୁ ଓଡ଼ିଶା ବିଜୁ ଶ୍ରମିକ ସାମ୍ମୁଖ୍ୟ ପୂର୍ଣ୍ଣ ସମର୍ଥନ କରୁଛି।
ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ସଂଶ୍ଳିଷ୍ଟ ସମସ୍ତ ସଂଗଠନକୁ ଏହି ଧର୍ମଘଟରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବାକୁ ଶ୍ରୀ ସିଂ ନିବେଦନ କରିଛନ୍ତି।
from Odisha Reporter http://bit.ly/2Vz7Nqr
No comments:
Post a Comment