
ବେଙ୍ଗାଲୁରୁ: ଅଭିନେତା, ସାମାଜିକ କର୍ମୀ ଏବଂ ଖୁବ୍ଶୀଘ୍ର ରାଜନୀତି ମଞ୍ଚକୁ ଆସିବାକୁ ଥିବା ପ୍ରକାଶ ରାଜ୍ କୌଣସି ରାଜନୀତିକ ଦଳରେ ଯୋଗ ନଦେଇ ବେଙ୍ଗାଲୁରୁ ମଧ୍ୟ ଆସନରୁ ଲୋକସଭା ଲଢ଼ିବା ନିଶ୍ଚିତ ହୋଇଛି। ଏନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି।
#2019 PARLIAMENT ELECTIONS.Thank you for the warm n encouraging response to my new journey.. I will be contesting from BENGALURU CENTRAL constituency #KARNATAKA as an INDEPENDENT..will share the Details with the media in few days..#citizensvoice #justasking in parliament too… pic.twitter.com/wJN4WaHlZP
— Prakash Raj (@prakashraaj) January 5, 2019
#citizenvoice ହାଶ୍ଟ୍ୟାଗ୍ ସହିତ ସେ ଗଣମାଧ୍ୟମରେ ମଧ୍ୟ ଅଳ୍ପ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୂଚନା ଦେବେ ବୋଲି କହିଛନ୍ତି। ସେ କହିଛନ୍ତି, “ମୋ ନୂଆ ଯାତ୍ରାକୁ ନେଇ ସମସ୍ତଙ୍କ ପ୍ରତିକ୍ରିୟା ପାଇଁ ଧନ୍ୟବାଦ ଜଣାଉଛି।ମୁଁ କର୍ଣ୍ଣାଟକାର ‘ବେଙ୍ଗାଲୁରୁ ମଧ୍ୟ’ ଆସନରୁ ଲଢ଼ିବି। ମୁଁ ସ୍ୱାଧୀନ ଭାବରେ ଲଢ଼ିବି ଏବଂ କିଛି ଦିନ ମଧ୍ୟରେ ହିଁ ଗଣମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ରଖିବି।”
Empowering govt schools .. #justasking ..QUESTIONING govt policies BY actually JUST DOING what they are supposed to do .. A #prakashrajfoundation #justaskingfoundation #ssj ..initiative.. please support .. retweet and share .. “let’s give back to life“ pic.twitter.com/503eqBYtRU
— Prakash Raj (@prakashraaj) November 29, 2018
ଦକ୍ଷିଣ ଭାରତରେ ଖୁବ୍ ଲୋକପ୍ରିୟ ଏହି ଅଭିନେତା ସମଗ୍ର ଭାରତରେ ମଧ୍ୟ ଏକ ଚିହ୍ନାମୁହଁ। ଗତ କିଛି ଦିନ ହେଲା ସେ ‘Any Time Against Modi’ ଭାବରେ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଛନ୍ତି। ଏଥିପାଇଁ ସେ ଭାରତସାରା ବୁଲି ବିଭିନ୍ନ ସଭାସମିତିରେ ଭାଷଣ ଦେଉଛନ୍ତି।
from Odisha Reporter http://bit.ly/2QqhFz7
No comments:
Post a Comment