ପୁଣି ସାବରୀମାଳାରେ ପଶିଲେ ମହିଳା, ଏଥର ଶ୍ରୀଲଙ୍କା ନାଗରିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ପୁଣି ସାବରୀମାଳାରେ ପଶିଲେ ମହିଳା, ଏଥର ଶ୍ରୀଲଙ୍କା ନାଗରିକ

ଥିରୁଅନନ୍ତପୁରମ୍‌: କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗତକାଲି ରାତିରେ ପୁଣି ଜଣେ ମହିଳା ଭଗବାନ ଆୟପ୍ପାଙ୍କ ଦର୍ଶନ କରିଛନ୍ତି। ତେବେ ଏହି ମହିଳା ଜଣଙ୍କ ଭାରତୀୟ ନୁହନ୍ତି ବରଂ ଶ୍ରୀଲଙ୍କାର ନାଗରିକ ବୋଲି ପୁଲିସ୍‌ କହିଛି। ଏହି ୪୭ ବର୍ଷୀୟ ମହିଳା ଜଣଙ୍କ ସାବରୀମାଳାକୁ ଆୟପ୍ପାଙ୍କ ଦର୍ଶନ କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଯେଉଁଥିରେ ମହିଳା ଜଣଙ୍କ ମନ୍ଦିରର ସାନ୍ନିଧନମ୍‌ ଇଲାକାରେ ଚାଲୁଥିବା ଦେଖିବାକୁ ମିଳିଛି।

ପୁଲିସ୍‌ ପକ୍ଷରୁ ଶ୍ରୀକୋଭିଲ୍‌ଠାରେ ଲାଗିଥିବା କ୍ୟାମେରାରେ ଏହା କଏଦ ହୋଇଛି। ଯେଉଁଥରେ ମହିଳା ଜଣଙ୍କ ଜଣେ ପୁରୁଷଙ୍କ ସହ ଗର୍ଭଗୃହରୁ ଦର୍ଶନ ସାରି ଫେରୁଥିବାର ଦୃଶ୍ୟ ରହିଛି। ସେ ମୁଣ୍ଡରେ ପ୍ରଚଳିତ ପରମ୍ପରା ଅନୁଯାୟୀ, କିଛି ବସ୍ତ୍ର ଧରି ଆସୁଥିବା ଦେଖିବାକୁ ମିଳୁଛି। ରାତିପ୍ରାୟ ୧୦.୪୫ରେ ଏଭଳି ଘଟଣା ଘଟିଛି।

ଏହି ମହିଳା ଜଣଙ୍କ ନାଁ ଶଶିକଳା ହୋଇଥିବା ବେଳେ ଆଜି ସେ ଗଣମାଧ୍ୟମକୁ ତାଙ୍କ ଦର୍ଶନ ସମ୍ପର୍କରେ ସୂଚନା ଦେଇଛନ୍ତି। ଜାନୁଆରୀ ୨ରେ ୨ ଜଣ ଭାରତୀୟ ମହିଳା ସାବରୀମାଳାକୁ ଯାଇ ଦର୍ଶନ କରିଥିଲେ। ଏହାକୁ ନେଇ ସମଗ୍ର କେରଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ୍‌ର କାର୍ଯ୍ୟାନୁଷ୍ଠାନରେ ଜଣେ ମହିଳାଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା।

କିଛି ହିନ୍ଦୁ ସଂଗଠନ ଏହାକୁ ବିରୋଧକରି କେରଳର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଥିଲା। ପୁଲିସ୍‌ ଏହି ଘଟଣାରେ ୨୬୬ ଜଣଙ୍କୁ ଗିରଫ କରିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି।

ପ୍ରଚଳିତ ପରମ୍ପରା ଅନୁଯାୟୀ, ୧୦ରୁ ୫୦ ବର୍ଷର କନ୍ୟା ଓ ମହିଳାଙ୍କୁ ସାବରୀମାଳା ମନ୍ଦିରକୁ ଯିବାକୁ ବାରଣ କରାଯାଇଛି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହାକୁ ସମସ୍ତଙ୍କ ପାଇଁ ଖୋଲା ରଖିଛନ୍ତି। କିନ୍ତୁ କିଛି ଲୋକଙ୍କ ବିରୋଧ ଯୋଗୁ ମହିଳାମାନେ ଭଗବାନ ଆୟାପ୍ପାଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।



from Odisha Reporter http://bit.ly/2BXyxYN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages