ରାତି ପାହିଲେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ରାତି ପାହିଲେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

modi88

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁ ତାଙ୍କୁ ସ୍ୱାଗତ କରିବା ଲାଗି ବ୍ୟାନର ଓ ପୋଷ୍ଟରରେ ଛାଇହୋଇ ଯାଇଛି ସାରା ସହର। ସେ ପ୍ରଥମେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ବଲାଙ୍ଗିର ଷ୍ଟେସନରୁ ବିଛୁପାଲିକୁ ଯାଇଥିବା ନୂଆ ରେଳ ଲାଇନ୍‌ରେ ନୂଆ ଟ୍ରେନ୍‌ର ଶୁଭାରମ୍ଭ କରିବେ ମୋଦି। ସେଥିପାଇଁ ପ୍ଲାଟଫର୍ମରେ ଲାଗି ସାରିଛି ପାସେଞ୍ଜର ଟ୍ରେନ୍। ସେଠାରୁ ମୋଦି ସିଧା ଯିବେ ସହର ମଝିରେ ଥିବା ଦଳୀୟ ସଭାସ୍ଥଳକୁ। ସେଠାରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବେ।

ପ୍ରଧାନମନ୍ତ୍ରୀ ରାୟପୁର ବିମାନ ବନ୍ଦରରେ ଓହ୍ଲାଇବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ବଲାଙ୍ଗିରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆଜି କାରକେଡ୍ ରିହର୍ସଲ ଜୋରଦାର ହୋଇଥିବାରୁ ମୋଦି ରୋଡ଼ ଶୋ’ କରିବାର ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ବଲାଙ୍ଗିର ଆସୁଛନ୍ତି ମୋଦି। ତେଣୁ ଏ ଗସ୍ତକୁ ନେଇ ଖୁବ୍ ଉତ୍ସାହିତ ରାଜ୍ୟ ବିଜେପି ବ୍ରିଗେଡ୍। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିରୋଧୀ ଅନେକ ଦାବି ଉପସ୍ଥାପନ କରିଛନ୍ତି। ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଶୀଘ୍ର ସାରିବା ସହ କଣ୍ଟାବାଞ୍ଜିରେ ରେଳ ଓ୍ୱାଗନ ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଦାବି କରି ସାଂସଦ କଲିକେଶ ନାରାୟଣ ସିଂଦେଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସ୍ଥାନୀୟ ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ମଧ୍ୟ ବଲାଙ୍ଗିରକୁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ପାଇଁ ଦାବି କରିଛନ୍ତି। ତେଣେ ନିଶ୍ଚିତ ବିକାଶର ଚିନ୍ତାଧାରା ନେଇ ମୋଦି ଏଠାକୁ ଆସୁଥିବା ବିଜେପି କହିଛି।

ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି-“ବଲାଙ୍ଗିର-ଖୋର୍ଦ୍ଧା ରେଳପଥ କାମ ଶୀଘ୍ର ସାରନ୍ତୁ। ଏହାଛଡ଼ା ଏହି ରୁଟ୍‌ରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିବାକୁ ଦାବି କରୁଛୁ।” ସେହିପରି ବଲାଙ୍ଗିର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ବଲାଙ୍ଗିର ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉ। ଚାଷୀଙ୍କୁ ପେନ୍‌ସନ୍‌, ପ୍ରାଇସ ଓ ସମ୍ମାନ ଦିଅନ୍ତୁ। ବେକାରୀ ଯୁବକଙ୍କୁ ଚାକିରି ଦିଅନ୍ତୁ ଓ ଜଳ ସେଚନର ବ୍ୟବସ୍ଥା କରନ୍ତୁ।” ତେଣେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି-“ନରେନ୍ଦ୍ର ମୋଦି ବିକାଶର ଚିନ୍ତାଧାରା ନେଇ ଆସୁଛନ୍ତି।”



from Odisha Reporter http://bit.ly/2CjSN7i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages