ଆଇସିସି ଟେଷ୍ଟ ରାଙ୍କିଙ୍ଗ: ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡକୁ ପଛରେ ପକାଇଲା ଦକ୍ଷିଣ ଆଫ୍ରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡକୁ ପଛରେ ପକାଇଲା ଦକ୍ଷିଣ ଆଫ୍ରିକା

ଦୁବାଇ: ପାକିସ୍ତାନକୁ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୩-୦ରେ ଜିତିବା ପରେ ଦକ୍ଷିଣ ଆଫ୍ରିକାର ରାଙ୍କିଙ୍ଗରେ ସୁଧାର ଆସିଛି। ଦକ୍ଷିଣ ଆଫ୍ରିକା ଏହି ବିଜୟ ପରେ ପୂର୍ବରୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡକୁ ପଛରେ ପକାଇ ଦେଇଛି। ଏବେ ଦଳ ଆଇସିସି ଟେଷ୍ଟ ଟିମ୍‌ ଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଦଳ ପାକିସ୍ତାନକୁ ହରାଇ ୪ ପଏଣ୍ଟ ପାଇବା ପରେ ଦଳର ମୋଟ ପଏଣ୍ଟ ସଂଖ୍ୟା ୧୧୦ ହୋଇଯାଇଛି।

ତେବେ ଭାରତ ପୂର୍ବଭଳି ଏକ ନମ୍ବର ସ୍ଥାନରେ ସୁଦୃଢ଼ ରହିଛି। ଭାରତ ନିକଟରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା। ଫଳରେ ଭାରତର ପଏଣ୍ଟ ସଂଖ୍ୟା ୧୧୬ ରହିଛି।

ଇଂଲଣ୍ଡ ୧୦୮ ପଏଣ୍ଟ ସହ ତୃତୀୟରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୧୦୭ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି। ୧୦୧ ପଏଣ୍ଟ ସହ ଅଷ୍ଟ୍ରେଲିଆ ୫ମରେ ଥିବା ବେଳେ ଶ୍ରୀଲଙ୍କା ୯୧ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ପାକିସ୍ତାନ ଦକ୍ଷିଣ ଆଫ୍ରିକା ସିରିଜ୍‌ ପୂର୍ବରୁ ୯୨ ପଏଣ୍ଟ ସହ ୬ଷ୍ଠରେ ରହିଥିଲା। କିନ୍ତୁ ୩-୦ରେ ସିରିଜ୍‌ ହାରିବା ପରେ ଦଳ ୪ ପଏଣ୍ଟ ହରାଇଛି। ଦଳ ପାଖରେ ଏବେ ମାତ୍ର ୮୮ ପଏଣ୍ଟ ରହିଛି। ଦଳ ୭ମ ସ୍ଥାନକୁ ଖସି ଆସିଛି। ଏହି ମାନ୍ୟତା ତାଲିକାରେ ୮ମରେ ୱେଷ୍ଟଇଣ୍ଡିଜ(୭୦), ୯ମରେ ବାଂଲାଦେଶ(୬୯) ଓ ୧୦ମ ସ୍ଥାନରେ ଜିମ୍ବାୱେ(୧୩) ରହିଛି।



from Odisha Reporter http://bit.ly/2AIIb1O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages