ଗୁରୁଜନଙ୍କୁ ପ୍ରତାରଣା କରୁଛି ରାଜ୍ୟ ସରକାର : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଗୁରୁଜନଙ୍କୁ ପ୍ରତାରଣା କରୁଛି ରାଜ୍ୟ ସରକାର : ବିଜେପି

samirmohanty

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗରିବ ଗୁରୁଜନମାନଙ୍କୁ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ରାଜ୍ୟ ସରକାର ପ୍ରତାରଣା କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ଦଳର ଉପସଭାପତି ସମୀର ମହାନ୍ତି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିର୍ବାଚନ ଆସିଲେ ରାଜ୍ୟର ଗରିବ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କ କଥା ମୁଖ୍ୟମନ୍ତ୍ରୀଙ୍କର ମନେପଡ଼େ। ନିର୍ବାଚନ ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତାକୁ ୨ଶହ ଟଙ୍କା ବଢ଼ାଇ ନବୀନ ବାବୁ ନିର୍ବାଚନୀ ବୈତରଣୀ ପାର ହେବା ଚକ୍କରରେ ରହିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ବୋଧହୁଏ ଭୁଲିଯାଇଛନ୍ତି ଯେ ଓଡ଼ିଶାରେ ବାର୍ଦ୍ଧକ୍ୟ ଭତ୍ତାକୁ ୨୦୦ଟଙ୍କା ବଢ଼ାଇଲେ ବି ଏହା ଦେଶରେ ସବୁଠୁ କମ୍। କାରଣ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ସିକ୍କିମରେ ଏବେ ମାସକୁ ୧୦୦୦ଟଙ୍କା ମାସିକ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଥିବାବେଳେ ଅରୁଣାଚଳ ପ୍ରଦେଶରେ ୧୭୦୦ଟଙ୍କା, ହରିଆଣାରେ ୧୮୦୦ଟଙ୍କା ଏବଂ କେରଳ, ଗୋଆ ଓ ଦିଲ୍ଲୀରେ ୨୦୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ସେଠାକାର ରାଜ୍ୟ ସରକାରମାନେ ଦେଉଛନ୍ତି।

ଦେଶରେ ଏପରି କୌଣସି ରାଜ୍ୟ ନାହିଁ ଯେଉଁଠି ୬୦ରୁ ୭୯ବର୍ଷ ବୟସ ବର୍ଗର ଲୋକମାନଙ୍କୁ ସାମାଜିକ ନିରାପତ୍ତା ଯୋଜନାରେ ୫୦୦ଟଙ୍କାରୁ କମ୍ ଭତ୍ତା ଦିଆଯାଉଛି। କେନ୍ଦ୍ର ସରକାର ଏହି ଯୋଜନାରେ ଯେତିକି ଅର୍ଥ ଦିଅନ୍ତି ରାଜ୍ୟ ସରକାରମାନେ ନିଜ ବଜେଟରୁ ଅଧିକ ଅର୍ଥ ମିଶାଇ ନାଗରିକମାନଙ୍କୁ ଦେଇଥାନ୍ତି। କିନ୍ତୁ ଏଠି ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଅର୍ଥକୁ କେବଳ ନିଜ ନାଁରେ କରି ଲୋକଙ୍କୁ ଭୂଆଁ ବୁଲାଇବାରେ ଲାଗିଛନ୍ତି। ଅନ୍ୟ ପଡ଼ୋଶୀ ରାଜ୍ୟରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଯେତିକି ଦିଆଯାଉଛି ସେହି ପରିମାଣରେ କାହିଁକି ଓଡ଼ିଶା ସରକାର ଦେଉନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି।



from Odisha Reporter http://bit.ly/2HlHxNm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages