
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିଷ ବଞ୍ଚି ରହିବା ପାଇଁ ଖାଦ୍ୟ ଗ୍ରହଣ କରିଥାଏ। ଆମେ ଗ୍ରହଣ କରୁଥିବା ଭୋଜନକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ସାତ୍ତ୍ୱିକ ଏବଂ ଅନ୍ୟଟି ତାମସିକ। ଏପରି ମଧ୍ୟ କୁହାଯାଏ ଯେ, ଭୋଜନର ପ୍ରଭାବ ଆମ ବିବେକ ଉପରେ ମଧ୍ୟ ପଡ଼ିଥାଏ। ଏଥିପାଇଁ ଏପରି ଭୋଜନ କରିବାକୁ ପରାମର୍ଶ ଦିଆଯାଇଥାଏ। ଯାଦାଦ୍ୱାରା ଆମର ବ୍ୟବହାର ଠିକ୍ ହୋଇ ପାରିବ।
ତେବେ କଣ ଆପଣ ଜାଣିଛନ୍ତି କି, ସ୍ୱଭାବ ଅନୁସାରେ ଆପଣଙ୍କ ଭୋଜନ କିପରି ହେବା ଦରକାର? ଯଦି ଜାଣିନାହାନ୍ତି, ତେବେ ଆସନ୍ତୁ ଜାଣିବା, କେଉଁ ସ୍ୱଭାବର ବ୍ୟକ୍ତି କିପରି ଭୋଜନ କରିବା ନେଇ ବାସ୍ତୁ ଶାସ୍ତ୍ରରେ କ’ଣ କୁହାଯାଇଛି।
- ଭାବୁକ ସ୍ୱଭାବ: କିଛି ଲୋକ ଭାବୁକ ସ୍ୱଭାବର ହୋଇଥାନ୍ତି। ବାସ୍ତୁ ଶାସ୍ତ୍ରରେ ଏପରି ଲୋକଙ୍କୁ ମିଠା ଖାଇବା ପାଇଁ ପରାମର୍ଶ ଦିଆଯାଇଛି। ଏପରି ବ୍ୟକ୍ତି ନିଜ ଭୋଜନରେ ଗୁଡ଼, ମିଠା ଓ ରୁଟି ସାମିଲ୍ କରନ୍ତୁ। ଭାବୁକ ସ୍ୱଭାବର ବ୍ୟକ୍ତି ବାସି ଖାଦ୍ୟ ଖାଆନ୍ତୁ ନାହିଁ।
- କ୍ରୋଧି ସ୍ୱଭାବ: ଆପଣ ଦେଖିଥିବେ ଏପରି ଲୋକ ବହୁତ ଶୀଘ୍ର ଲୋକଙ୍କ ଉପରେ ରାଗି ଯାଇଥାନ୍ତି। ଏପରି ଲୋକଙ୍କୁ ପିଆଜ, ରସୁଣ ଓ ମାଛ-ମାଂସ ନ ଖାଇବା ପାଇଁ ପରାମର୍ଶ ଦିଆଯାଇଛି।
- ଚିନ୍ତାଗ୍ରସ୍ତ ସ୍ୱଭାବ: କିଛି ଲୋକ ଏପରି ଥାଆନ୍ତି, ଯେଉଁମାନେ କଥା କଥାରେ ଚିନ୍ତାରେ ପଡ଼ି ଯାଇଥାନ୍ତି। ଏପରି ଲୋକଙ୍କୁ କ୍ଷୀର କିମ୍ୱା କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଛି।
- ଦୁର୍ବଳ ସ୍ୱଭାବ: କିଛି ବ୍ୟକ୍ତି ଶାରୀରିକ ସ୍ତରରେ ଦୁର୍ବଳ ହୋଇଥାନ୍ତି। ଏପରି ବ୍ୟକ୍ତି ସର୍ବଦା କିଛି ନା କିଛି ରୋଗର ଶିକାର ହୋଇଥାନ୍ତି। ଏମାନଙ୍କୁ ଫଳ ଓ ପରିବା ଅଧିକ ମାତ୍ରାରେ ଖାଇବା ପାଇଁ ପରାମର୍ଶ ଦିଆଯାଇଛି।
- ଖରାପ ସ୍ୱଭାବ: କିଛି ଲୋକ ସ୍ୱଭାବରେ ହିଁ ଖରାପ ହୋଇଥାନ୍ତି। କୁହାଯାଏ ଏପରି ଲୋକଙ୍କୁ ମାଛ, ମାଂସ, ପିଆଜ, ରସୁଣ ଖାଇବା ଉଚିତ୍ ନୁହେଁ। ବାସ୍ତୁ ଅନୁସାରେ ଏଗୁଡ଼ିକ ଖାଇବା ଦ୍ୱାରା ଏପରି ବ୍ୟକ୍ତି ନକାରାତ୍ମକ ବିଚାର ସମ୍ପନ୍ନ ହୋଇଥାନ୍ତି।
from Odisha Reporter http://bit.ly/2RUTRZ3
No comments:
Post a Comment