
ନୂଆଦିଲ୍ଲୀ: କିଛି ଲୋକ ବାହାଘର ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ କୌଣସି ଗିଫ୍ଟ୍ ନ ଆଣି ଆସିବା ପାଇଁ ଅନୁରୋଧ କରିଥା’ନ୍ତି। ଆଉ କେହି ଗିଫ୍ଟ ବଦଳରେ ସେହି ବାବଦ ଅର୍ଥ କୌଣସି ସାମାଜିକ ଅନୁଷ୍ଠାନକୁ ଦେବାକୁ କହିଥା’ନ୍ତି। କିନ୍ତୁ ନିକଟରେ ଏପରି ବାହାଘର ନିମନ୍ତ୍ରଣ କାର୍ଡ ଦେଖିବାକୁ ମିଳିଛି, ଯେଉଁଥିରେ ଉପହାର ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ଭୋଟ୍ ଦେବା ପାଇଁ ଅତିଥିମାନଙ୍କୁ ଅନୁରୋଧ କରାଯାଇଛି। କୌତୁହଳର କଥା, କୌଣସି ଗୋଟିଏ ପକ୍ଷ ନୁହେଁ, ବରଂ ଉଭୟ କନ୍ୟା ଓ ବର ଘରର ନିମନ୍ତ୍ରଣ କାର୍ଡରେ ଏପରି ନିଆରା କାର୍ଯ୍ୟ ଦେଖିବାକୁ ମିଳିଛି।
ସୋଶାଲ୍ ମିଡିଆରେ ଉଭୟ ପକ୍ଷର ଏହି ବାହାଘର ନିମନ୍ତ୍ରଣ କାର୍ଡ ଏବେ ଭାଇରାଲ ହେବାରେ ଲାଗିଛି । ହ୍ଵାଟସ୍ଆପ୍ ଗ୍ରୁପ୍ରେ ମଧ୍ୟ ଏହି ନିମନ୍ତ୍ରଣ କାର୍ଡକୁ ଅଧିକ ସଂଖ୍ୟାରେ ଶେୟାର୍ କରାଯାଉଛି।
ମାଙ୍ଗାଲୋର୍ ଘଟିଛି ଏହି ଘଟଣା। ବର ଏବଂ କନ୍ୟା ଘର ପକ୍ଷର ନିମନ୍ତ୍ରଣ କାର୍ଡରେ ‘୨୦୧୯ ନିର୍ବାଚନରେ ମୋଦିଙ୍କୁ ଆପଣମାନଙ୍କ ଭୋଟ ହିଁ ଆମ ପାଇଁ ଗିଫ୍ଟ୍’ ବୋଲି ଲେଖାଯାଇଛି।
ସୂଚନା ଅନୁସାରେ, ଉଭୟ ବର ଓ କନ୍ୟାଙ୍କ ମା’ ବାପା ଓ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ସମର୍ଥକ। ତେବେ ଉଭୟ ବର ଓ କନ୍ୟା ପକ୍ଷର ନିମନ୍ତ୍ରଣ କାର୍ଡରେ କେବଳ ମୋଦି ସରକାରଙ୍କୁ ଭୋଟ ଦେବାପାଇଁ ଅତିଥିଙ୍କୁ ଅନୁରୋଧ କରାଯାଇ ନାହିଁ, ବରଂ କାର୍ଡରେ ବିଗତ ୫ ବର୍ଷରେ ମୋଦି ସରକାରଙ୍କ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। କାର୍ଡରେ ମୋଦିଙ୍କ ଫଟୋ ମଧ୍ୟ ରହିଛି।
ପୂର୍ବରୁ ଏକ ବାହାଘର ନିମନ୍ତ୍ରଣ କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହ ତାଙ୍କ ଦ୍ୱାରା ପ୍ରଣୀତ ‘ସ୍ୱଚ୍ଛ ଭାରତ’ ଅଭିଯାନର ଲୋଗୋ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାକୁ ନିଜେ ମୋଦି ଟ୍ୱିଟ୍ ବି କରିଥିଲେ।
from Odisha Reporter http://bit.ly/2SEsLm6
No comments:
Post a Comment