
ନୂଆଦିଲ୍ଲୀ:ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଜି ଶେଷ ହୋଇଯାଇଛି। ଭାରତୀୟ ସମୟ ଅନୁସାରେ ରିବାର ଭୋରୁ ୫ଟାରେ ଏହା ଆରମ୍ଭ ହୋଇଥିଲା। ହେଲେ ଭାରତରେ ଏହି ସୂର୍ଯ୍ୟପରାଗ ନଜର ଆସି ଆସି ନାହିଁ। ପାଖାପାଖି ୩ ଘଣ୍ଟା ୧୮ ମିନିଟ୍ ଧରି ଆଂଶିକ ସୂର୍ଯ୍ୟପରାଗ ସକାଳ ୯ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା।
ଏହି ସୂର୍ଯ୍ୟପରାଗ ଚୀନ୍, ମଙ୍ଗୋଲିୟା, ଜାପାନ୍, ଋଷ ଏବଂ ଆଲାସ୍କାର କିଛି ଅଂଶରେ ଦୃଶ୍ୟମାନ ହୋଇଥିଲା। ଭାରତରେ ଏହା ପରିଲକ୍ଷିତ ହୋଇ ନାହିଁ। ଭାରତ ଛାଡ଼ି ଏହି ମହାଜାଗତିକ ଦୃଶ୍ୟକୁ ସମ୍ପୃକ୍ତ ରାଷ୍ଟ୍ରର ଲୋକମାନେ ଉପଭୋଗ କରିଛନ୍ତି।
ଜ୍ୟୋତିର୍ବିଦଙ୍କ ମତ ଅନୁସାରେ ଯେହେତୁ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହୋଇ ନାହିଁ ତେଣୁ ଏହାର କୌଣସି ପ୍ରଭାବ ରାଶି ଉପରେ ପଡ଼ିବ ନାହିଁ । ଏ ବର୍ଷ ମୋଟ୍ ୩ଟି ସୂର୍ଯ୍ୟ ପରାଗ ହେବ । ଏଥିରେ ୬ ଜାନୁଆରୀ ପରେ ୩ ଜୁଲାଇରେ ଦ୍ୱିତୀୟ ଏବଂ ଅନ୍ତିମ ସୂର୍ଯ୍ୟପରାଗ ବର୍ଷର ଶେଷ ଆଡ଼କୁ ତଥା ଡିସେମ୍ବର ୨୬ରେ ହେବ। ତେବେ ଗଣନା ଅନୁଚାଯାୟୀ ଚଳିତ ବର୍ଷ ଦୁଇଟି ଚନ୍ଦ୍ର ଗ୍ରହଣ ଏବଂ ୩ଟି ସୂର୍ଯ୍ୟପରାଗ ଯୋଗ ରହିଛି।
from Odisha Reporter http://bit.ly/2TyaNlk
No comments:
Post a Comment