ଟିମ୍‌ ଇଣ୍ଡିଆରେ ସାମିଲ୍‌ ହେବେ କଡ଼କ୍‌ନାଥ, ଜାଣନ୍ତୁ ସେ କିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ଟିମ୍‌ ଇଣ୍ଡିଆରେ ସାମିଲ୍‌ ହେବେ କଡ଼କ୍‌ନାଥ, ଜାଣନ୍ତୁ ସେ କିଏ

ଇନ୍ଦୋର:ଟିମ୍‌ ଇଣ୍ଡିଆରେ ସାମିଲ୍‌ ହେବେ କଡ଼କନାଥ। ଆଉ ଏଥିପାଇଁ ଚିଠି ମଧ୍ୟ ଲେଖା ସରିଛି। ତେବେ ସେ ଜଣେ ଖେଳାଳି ନୁହନ୍ତି, ମଧ୍ୟପ୍ରଦେଶର ପଶୁ ବିଜ୍ଞାନୀମାନେ ଏପରି ଏକ କୁକୁଡ଼ାକୁ ଟିମ୍‌ ଇଣ୍ଡିଆର ଖାଦ୍ୟ ତାଲିକାରେ ଯୋଡ଼ିବାର ପ୍ରସ୍ତାବ ଦେଇଛନ୍ତି ଯେଉଁଥିରେ ଭରପୁର ପରିମାଣର ଆଇରନ୍‌ ଏବଂ ନାମକୁ ମାତ୍ର କୋଲେଷ୍ଟ୍ରେଲ ରହିଥାଏ।

ଆଉ ମଜାଦାର କଥା ହେଉଛି ଏହି କୁକୁଡ଼ା ଦେଖିବାକୁ କଳା, ଏହାର ମାଂସର ରଙ୍ଗ କଳା ଏବଂ ଏହାର ରକ୍ତର ରଙ୍ଗ କଳା। ମଧ୍ୟପ୍ରଦେଶର ଝାବୁଆ ନାମକ ଏକ ଆଦିବାସୀବହୁଳ ଜିଲ୍ଲାରେ ଏପରି କୁକୁଡ଼ା ବହୁଳ ମାତ୍ରାରେ ଦେଖିବାକୁ ମିଳିଥାନ୍ତି। ମଧ୍ୟପ୍ରଦେଶ ଏହି ସ୍ୱତନ୍ତ୍ର କୁକୁଡ଼ା ପାଇଁ ଜିଆଇ ଟ୍ୟାଗ୍‌ ମଧ୍ୟ ପାଇଥିବା ଜଣାଯାଇଛି।

ଦିନେ ଲୁପ୍ତ ହେବାର ଆଶଙ୍କା ଥିବା ଏହି ପ୍ରଜାତିର କୁକୁଡ଼ା ଏବେ ମଧ୍ୟପ୍ରଦେଶର ଲୋକପ୍ରିୟ କୁକୁଡ଼ା ପାଲଟିଛି। କେବଳ ମଧ୍ୟପ୍ରଦେଶରେ ନୁହେଁ, ଦିଲ୍ଲୀ ଏବଂ ମୁମ୍ବାଇ ପରି ସହରର ବଡ଼ ବଡ଼ ହୋଟେଲକୁ ଆକର୍ଷଣୀୟ ଦାମରେ ଏହି କୁକୁଡ଼ା ରପ୍ତାନୀ କରାଯାଉଛି।

ତେବେ ଏହାର ଗୁଣବତ୍ତା ଦୃଷ୍ଟିରୁ ଏହା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ସାମିଲ ହୋଇପାରିବ ବୋଲି ଦର୍ଶାଇ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ପକ୍ଷରୁ ଏକ ଟ୍ୱିଟ୍‌ ଜରିଆରେ ବିସିସିଆଇକୁ ପତ୍ର ଲେଖାଯାଇଛି।

କେଭିକେ ମୁଖ୍ୟ ଡକ୍ଟର ଆଇଏସ୍‌ ତୋମାର ଲେଖିଛନ୍ତି, “ଆମେ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ପାଇଛୁ ଭାରତୀୟ କ୍ରିକେଟ୍‌ ଦଳର ଖାଦ୍ୟ ତାଲିକାରେ ଗ୍ରିଲ୍ଡ ଚିକେନ୍‌ ସ୍ଥାନ ପାଇଥାଏ। କିନ୍ତୁ ଏହା କୋଲେଷ୍ଟ୍ରେଲ୍‌ରେ ଭରପୁର ହୋଇଥିବାରୁ ଏହାକୁ ବନ୍ଦ କରି ନିରାମିଷ ଡାଏଟ୍‌କୁ ସାମିଲ କରାଯାଇଛି।”

ସେ ଆହୁରି ମଧ୍ୟ କହିଛନ୍ତି, ଝାବୁଆର କଡ଼କ୍‌ନାଥ କିନ୍ତୁ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଠିକ୍‌ ରହିବ। କାରଣ ଏଥିରେ ଅଧିକ ମାତ୍ରାରେ ପୁଷ୍ଟିସାର ରହିଛି ଏବଂ ଆଇରନ୍‌ ମଧ୍ୟ ଯଥେଷ୍ଟ ପରିମାଣର ରହିଛି। ଜାତୀୟ ଗବେଷଣା କେନ୍ଦ୍ର ମଧ୍ୟ ଏହା ବିଷୟରେ ରିପୋର୍ଟ ପ୍ରକାଶ କରିସାରିଛି।

ସେ ଆହୁରି ମଧ୍ୟ କହିଛନ୍ତି, ସାଧାରଣ ଚିକେନ୍‌ରେ ୨୫% ଫ୍ୟାଟ୍‌ ରହୁଥିବାବେଳେ ଏଥିରେ ୧.୯୪% ଫ୍ୟାଟ୍‌ ରହିଥାଏ। ସେହିଭଳି ୧୦୦ ଗ୍ରାମ୍‌ ସାଧାରଣ ଚିକେନ୍‌ରେ ୫୯ ଗ୍ରାମ୍‌ କୋଲେଷ୍ଟ୍ରେଲ୍‌ ରହିଥାଏ ଯାହାକି କଡ଼କ୍‌ନାଥ କ୍ଷେତ୍ରରେ ମାତ୍ର ୨୧୮ ମିଲିଗ୍ରାମ୍‌ ରହିଥାଏ।

ଭିଲ୍‌ ଏବଂ ଭିଲ୍ଲା ଜାତିର ଲୋକମାନେ ଏହାକୁ ‘କାଲି ମାସି’ କହନ୍ତି। ଏପରିକି ଯଦି ବିସିସିଆଇ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ଆସେ , ତେବେ ଅଧିକ ତଥ୍ୟ ଏବଂ ସହାୟତା ଯୋଗାଇଦିଆଯିବ ବୋଲି ଡକ୍ଟର ତୋମାର କହିଛନ୍ତି।



from Odisha Reporter http://bit.ly/2F9gzFM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages