ମା’ଙ୍କୁ ‘ଅଙ୍ଗୁଠା ଛାପ୍‌’ କହିବାରୁ ପୁଅକୁ ବାଧିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ମା’ଙ୍କୁ ‘ଅଙ୍ଗୁଠା ଛାପ୍‌’ କହିବାରୁ ପୁଅକୁ ବାଧିଲା

ପାଟନା: କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱାନ୍‌ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ପରୋକ୍ଷରେ ‘ଅଙ୍ଗୁଠା ଛାପ୍‌’ କହିବାପରେ ଏହାକୁ କଡ଼ା ବିରୋଧ କରି ଟ୍ୱିଟ୍‌ କରିଛନ୍ତି ରାବ୍ରୀଙ୍କ ପୁଅ ତେଜ୍‌ ପ୍ରତାପ ଯାଦବ। ପୂର୍ବରୁ ପାଶ୍ୱାନ୍‌ଙ୍କ ଝିଅ ଆଶା ପାଶ୍ୱାନ୍‌ ମଧ୍ୟ ରାମ ବିଲାଶଙ୍କ ବିରୋଧରେ ଧାରଣା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଉଚ୍ଚ ଜାତିରର ଗରିବଙ୍କୁ ଆରକ୍ଷଣ ବିଲ୍‌କୁ ଆରଜେଡି ବିରୋଧ କରିବାରୁ ପାଶ୍ୱାନ୍‌ ପ୍ରତିକ୍ରିୟା ରଖି କହିଥିଲେ, ଲାଲୁ ଯାଦବଙ୍କ ପ୍ରତିଷ୍ଠିତ ଏହି ଦଳ କେବଳ ସ୍ଲୋଗାନ୍‌ ଦେଇଜାଣେ ଏବଂ ‘ଅଙ୍ଗୁଠା ଛାପ୍‌ଙ୍କୁ’ମୁଖ୍ୟମନ୍ତ୍ରୀ କରେ।

ଯଦିଓ ପାଶ୍ୱାନ୍‌ କାହାର ନାଁ ନେଇନଥିଲେ, ଏହା ରାବ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ବୁଝିବାକୁ ବାକିନଥିଲା। ସୂଚନାଯୋଗ୍ୟ ଯେ ୨୦୧୪ ନିର୍ବାଚନ ପୂର୍ବରୁ ପାଶ୍ୱାନଙ୍କ ଆରଜେଡି ସହିତ ଏଲ୍‌ଜେପିର ମେଣ୍ଟ ଥିଲା।

ଯାଦବ ଏକ କାର୍ଟୁନ୍‌ ଟ୍ୱିଟ୍‌ କରି ତାଙ୍କର ଅସନ୍ତୋଷ ଜାହିର କରିଥିଲେ। କାର୍ଟୁନ୍‌ରେ ମା ବାବ୍ରୀ ଦୁର୍ଗା ରୂପେ ରଖିଥିବାବେଳେ ସେ ମହିଷାସୁର ରୂପୀ ରାମ ବିଲାଶଙ୍କୁ ତ୍ରିଶୂଳ ମାରୁଥିବାର ଏକ ଚିତ୍ର ରହିଛି। ଏଥିରେ ସେ ଲେଖିଥିଲେ, “ଜଣେ ମହିଳା ଜନ୍ମ ଦିଅନ୍ତି, ମମତା ଦିଅନ୍ତି ଏବଂ କ୍ଷମା କରିଦିଅନ୍ତି। କିନ୍ତୁ ଇତିହାସ ସାକ୍ଷୀ ଅଛି ଯେ ବଡ଼ବଡ଼ ରାବଣ ଦୁର୍ଯ୍ୟୋଧନ ମଧ୍ୟ ରକ୍ଷା ପାଇନାହାନ୍ତି, ଏ ଛାର ମନୁଷ୍ୟ କ’ଣ କରିବ।”



from Odisha Reporter http://bit.ly/2SZbPaa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages