ଛୁଟିରେ ମହିଳାଙ୍କୁ କାମକୁ ଡକାଇ ତଣ୍ଡ ଗଣିଲେ୧୫୦କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ଛୁଟିରେ ମହିଳାଙ୍କୁ କାମକୁ ଡକାଇ ତଣ୍ଡ ଗଣିଲେ୧୫୦କୋଟି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରବିବାର କାମକୁ ଡକାଇବା ମାଲିକଙ୍କ ପାଇଁ ମହଙ୍ଗା ପଡିଛି। ଜଣେ ଯୁବତୀଙ୍କୁ ଛୁଟି ଦିନରେ କାମକୁ ଡକାଇବାରୁ ହୋଟେଲ୍‌ ମାଲିକଙ୍କୁ ୨୧ ମିଲିୟନ ଡଲାର(୧୫୦ କୋଟି ଟଙ୍କା)ର ଜରିମନା ଦେବାକୁ ଆଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ଘଟିଛି ୱାସିଂଟନ୍‌ରେ।

ସୂଚନା ମୁତାବକ, ଆମେରିକାରର ଏକ କ୍ଷାତନାମା ହୋଟେଲରେ ପାଖାପାଖି ୬ ବର୍ଷ ଧରି ମ୍ୟାରୀ ଜିନ୍‌ ପିରି ନାମକ ଜଣେ ମହିଳା କାମ କରୁଥିଲେ। ୨୦୧୫ରେ ତାଙ୍କ କିଚେନ ମ୍ୟାନେଜର ତାଙ୍କୁ ରବିବାର ଦିନ ହୋଟେଲ ଆସି କାମ କରିବାକୁ ମାଲିକଙ୍କ ଆଗରେ ସୁପାରିସ୍ କରିଥିଲେ। ଯେଉଁଥିରେ ହୋଟେଲ ମାଲିକ ରାଜି ହୋଇଯାଇଥିଲେ ଆଉ ମ୍ୟାରୀଙ୍କୁ ରବିବାର କାମ କରିବାକୁ କହିଥିଲେ।

ମ୍ୟାରୀ ଖ୍ରୀଷ୍ଟିଆନ୍‌ ହୋଇଥିବାରୁ ପ୍ରତି ରବିବାର ଚର୍ଚ୍ଚ ଯାଆନ୍ତିା ତେଣୁ ସେ ରବିବାର ଛୁଟି ନିଅନ୍ତି। ହେଲେ ହୋଟେଲ ମାଲିକ ଏହା ଜାଣି ସୁଦ୍ଧା ତାଙ୍କୁ ରବିବାର କାମ କରିବାକୁ ବାଧ୍ୟ କରିଥିଲେ।

ଯାହାଦ୍ୱାରା ତାଙ୍କ ଧାର୍ମିକ ଭାବନାରେ ଆଘାତ ଲାଗିଥିଲା। ଯାହାକୁ ନେଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେପଟେ, ହୋଟେଲ ତରଫରୁ କୁହାଯାଇଛି ଯେ, ଏ ସମ୍ପର୍କରେ ହୋଟେଲ ପାଖରେ କୌଣସି ସୂଚନା ନ ଥିଲା।

ଆଇନ ଅନୁସାରେ, ଚାକିରିରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଏବଂ ଜାତୀୟତାକୁ ଭିତ୍ତି କରି ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମାନ୍ୟବର ଅଦାଲତ ମହିଳାଙ୍କର ଦାବିକୁ ଯୁକ୍ତି ଯୁକ୍ତ ପ୍ରମାଣିତ କରିଥିଲେ ଏବଂ ତାଙ୍କୁ ଜରିମାନା ବାବଦକୁ ୨୧ ମିଲିୟନ ଡଲାର ଦେବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହୋଟେଲ ମାଲିକଙ୍କୁ ମହିଳାଙ୍କୁ ବକୟା ଟଙ୍କା ୩୫ ଡଲାର ଏବଂ ମାନସୀକ ପିଡା ସହିଥିବାରୁ ଅତିରିକ୍ତ ୫ ଲକ୍ଷ ଡଲାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ କୋର୍ଟର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ହୋଟେଲ ମାଲିକ। ତାଙ୍କର ଦାବି ରହିଛି କି, ମହିଳା ଯେତେବେଳେ ହୋଟେଲରେ କାମ କରୁଥିଲେ ସେତେବେଳେ ତାଙ୍କୁ ସବୁ ପ୍ରକାରର ସୁବିଧା ଦିଆଯାଇଥିଲା। ଏପରିକି ତାଙ୍କର ଧାର୍ମିକ ଭାବନାକୁ ବି ଗୁରୁତ୍ୱ ଦିଆଯାଇଥିଲା।

 



from Odisha Reporter http://bit.ly/2DouA18

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages