ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଝୁଣି ମାରିଦେଲେ ବୁଲା କୁକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଝୁଣି ମାରିଦେଲେ ବୁଲା କୁକୁର

baripada

ବାରିପଦା (ମାନିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବାଲିସୁତୁରା ଗାଁରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବୁଲା କୁକୁର ଝୁଣି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ରିଙ୍କୁ ମହାରଣା। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଛି।

ଅଭିଯୋଗ ଅନୁସାରେ, ରାହାଙ୍ଗା ୟୁପି ସ୍କୁଲରେ ପଢୁଥିବା ରିଙ୍କୁ ପ୍ରତିଦିନ ପରି ଆଜି ମଧ୍ୟ ସ୍କୁଲ ଯିବାକୁ ଘରୁ ବାହାରି ଥିଲା। ବିଲ ରାସ୍ତାରେ ସେ ସ୍କୁଲକୁ ଯାଉଥିବା ବେଳେ ବୁଲା କୁକୁର ପଲ ହାବୁଡ଼ରେ ପଡ଼ି ଯାଇଥିଲା। ୧୦ରୁ ୧୨ଟି କୁକୁର ଥିବା ଏହି ପଲ ରିଙ୍କୁକୁ ଗୋଡ଼ାଇ ଗୋଡ଼ାଇ ବିଲ ଭିତରକୁ ନେଇଯିବା ସହ ଆକ୍ରମଣ କରିଥିଲେ। କୁକୁର ପଲ ତା’ ପେଟକୁ ଚିରି ଦେବା ସହ ବିଭିନ୍ନ ସ୍ଥାନକୁ କାମୁଡ଼ି ଖଣ୍ଡିଆ କରିପକାଇଥିଲେ। ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା।



from Odisha Reporter http://bit.ly/2U881U8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages