
ନୂଆଦିଲ୍ଲୀ: ସିବିଆଇର ଅନ୍ତରୀଣ ମୁଖ୍ୟ ଏମ୍ ନାଗେଶ୍ୱରଙ୍କ ଦ୍ୱାରା ପୋର୍ଟବ୍ଲେୟାରକୁ ବଦଳି ହୋଇଥିବା ସିବିଆଇ ଡିଏସ୍ପି ଏକେ ବସି ଆଜି ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଦୁର୍ନୀତିର ତଦନ୍ତ କରୁଥିବା ଅଫିସରଙ୍କ ମଧ୍ୟରେ ଏକେ ବସି ରହିଥିଲେ। ତେବେ ତାଙ୍କୁ ବର୍ତ୍ତମାନର ସିବିଆଇ ମୁଖ୍ୟ ଏମ୍ ନାଗେଶ୍ୱର ରାଓ ସିଧାସଳଖ ଟାର୍ଗେଟ କରୁଥିବା ଅଭିଯୋଗ କରି ଶ୍ରୀ ବସି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।
ଶ୍ରୀ ବସି ନିଜ ଆବେଦନରେ ଦର୍ଶାଇଛନ୍ତି ଯେ,“ ଶ୍ରୀ ରାଓ ସିବିଆଇ ମଧ୍ୟରେ ଏମିତି ଏକ ପରିସ୍ଥିତି ସୃଷ୍ଟି କରିଛନ୍ତି, ଯାହା ଆସ୍ଥାନାଙ୍କ ମାମଲାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରିବାକୁ ଅନୁକୂଳ ହେଉନାହିଁ। ସୁପ୍ରିମକୋର୍ଟଙ୍କ ନିୟମକୁ ଉଲ୍ଲଙ୍ଘନ କରି ଶ୍ରୀ ରାଓ ବାରମ୍ବାର ବଦଳି କରୁଛନ୍ତି। ତେଣୁ ତାଙ୍କ ଏପରି କ୍ଷମତାରୁ ହଟାଯାଉ।”
from Odisha Reporter http://bit.ly/2RFV9Yz
No comments:
Post a Comment