
ତେନ୍ତୁଳିଖୁଣ୍ଟି (ନବଘନ ବିଷୋୟୀ ): ପରକୀୟା ପ୍ରୀତି ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ତାଙ୍କର ଏପରି କାର୍ଯ୍ୟରେ ଅତିଷ୍ଠ ହୋଇ ପତ୍ନୀ ଅଭାବନୀୟ କାଣ୍ଡ କରି ବସିଛନ୍ତି। ସ୍ୱାମୀଙ୍କୁ ବାରମ୍ବାର ବାରଣ କରିବା ସତ୍ତ୍ୱେ ସେ ନସୁଧୁରିବାରୁ ଶେଷରେ ମହିଳା ଜଣଙ୍କ ତାଙ୍କ ଯୌନାଙ୍ଗ କାଟି ଦେଇଛନ୍ତି। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମରେ।
ଗତକାଲି ରାତିରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ବ୍ୟକ୍ତି ଜଣଙ୍କ ଶୋଇବାକୁ ପଳାଇଥିଲେ। ସେ ଶୋଇଯିବା ପରେ ପତ୍ନୀ ତାଙ୍କ ହାତଗୋଡ଼ ବାନ୍ଧି ଦେବା ସହ ଏକ ଧାରୁଆ ଛୁରୀରେ ତାଙ୍କ ଯୌନାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି।
ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ତେନ୍ତୁଳିଖୁଣ୍ଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏନେଇ ଗୁରୁତର ସ୍ୱାମୀଙ୍କ ପରିବାର ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚାରଉଚରା କରୁଛି।
from Odisha Reporter http://bit.ly/2CxTry2
No comments:
Post a Comment