ବିଜେଡିରେ ମିଶିବାକୁ ନୀତିଶିକ୍ଷା ମାଧ୍ୟମରେ ଇଙ୍ଗିତ ଦେଲେ ନବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ବିଜେଡିରେ ମିଶିବାକୁ ନୀତିଶିକ୍ଷା ମାଧ୍ୟମରେ ଇଙ୍ଗିତ ଦେଲେ ନବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଆଗାମୀ ଦିନ୍‌କେ ଆମେ ପାର୍ଟି ନାଇଁ ଦେଖିବାର, ମାଟି କେ ଦେଖୁଛୁ। ଯେନ୍ତା ମହାଭାରତ ଯୁଦ୍ଧରେ କୃଷ୍ଣ ଭୀଷ୍ମକେ ବୁଝାଇଥିଲେ, ତୁ କେନେ ରହିବୁ? ଭୀଷ୍ମ କହିଥିଲେ- ମୁଁ କୁରୁବଂଶର ସିଂହାସନକେ ରହିବି। କୃଷ୍ଣ କହିଲେ ଏଇଟା ଭୁଲ୍‌ ହେଇଯିବା। ଧର୍ମ ଜେନେ, ସେନେ ରହ। ଯୁଗ ଦେଖିକି ଲଢ଼େଇ କର। ଅର୍ଜୁନ୍‌ ସାଙ୍ଗେ ରହିଲେ ଧର୍ମ ଅଛି। ଖାଲି ମୁଇଁ ବଂଶରେ ସବୁଦିନ୍‌ ଥିବି… ଏନ୍ତା କିଛି ଜଗତର ଇତିହାସରେ ନାଇଁନ। ସେନ୍ତା ପାର୍ଟି ପଲିଟିକ୍ସରେ ଦଲ୍‌ ନାଇଁ, ମାଟିଟା ବଡ଼୍‌ କଥା।”

ମହାଭାରତର ଏହି ପ୍ରସଙ୍ଗଟିକୁ ବଖାଣିଛନ୍ତି ମାନ୍ୟବର ଝାରସୁଗୁଡ଼ା ବିଧାୟକ ନବ ଦାସ। ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ସେ ଦଳବଦଳ କଥାଟାକୁ ଧର୍ମଅଧର୍ମ ପ୍ରସଙ୍ଗ ସହ ଯୋଡ଼ି ଏମିତି କଥା ବଖାଣିଥିଲେ। ଯାହାକୁ ଆଧାର କରି ରାଜନୈତିକ ମହଲ ଠଉରେଇ ନେଇଥିଲା ଯେ, ବାବୁ ଖୁବ୍‌ଶୀଘ୍ର ହାତ ଛାଡୁଛନ୍ତି। ଶଙ୍ଖ ଫୁଙ୍କିବେ ବୋଲି ସେ ହାତ ଛାଡ଼ିପାରନ୍ତି ବୋଲି ଲୋକେ ଯାହା ଚର୍ଚ୍ଚା କରୁଥିଲେ, ସେ ଚର୍ଚ୍ଚା ସରିନି, ଟିଭିରେ ଖବର ପ୍ରସାରଣ ହେଲା ଯେ, କଂଗ୍ରେସ ଛାଡ଼ିଲେ ନବ ଦାସ। ଏହା ଶୁଣି ରାଜନୀତି ଚର୍ଚ୍ଚା କରୁଥିବା ଲୋକେ ପୁଣି ଚର୍ଚ୍ଚା କଲେ ଯେ, ନବ ପୂର୍ବରୁ ଯେଉଁ ଇଙ୍ଗିତ ଦେଇଥିଲେ ତାହା ସତ ହିଁ ଥିଲା।

ହେଲେ ଆମ କହିବାର କଥା, ବୋଧହୁଏ ମହାଭାରତର ମାର୍ମିକ କଥାଟିରୁ ଫାଳେ ଘଟଣାକୁ ନବ ବର୍ଣ୍ଣନା କରିଛନ୍ତି। ନବ କହିଲେ- “ପାର୍ଟିକେ ନାଇଁ, ମାଟିକେ ଦେଖଛୁ।” ହେଲେ ଏବେ ଦ୍ୱିତୀୟ ପ୍ରସଙ୍ଗଟିକୁ ଆମ ସମସ୍ତଙ୍କର ପ୍ରତୀକ୍ଷ ରହିଛି। ନବଙ୍କ ମହାଭାରତ ଉପାଖ୍ୟାନରେ “ଧର୍ମ ଜେଣେ, ସେଣେ ରହ”। ବୋଧହୂଏ ଏଇ କଥାକୁ ଉପଲକ୍ଷ କଲେ ଏହା ହିଁ କୁହାଯାଇପାରେ ଯେ, ଦାସେ ଶଙ୍ଖ ଫୁଙ୍କିବାକୁ ହଙ୍କହଙ୍କ ହେଲେଣି। ଖାଲି ଯାହା କହିବାକୁ ଟିକେ ସଙ୍କୋଚ କରୁଛନ୍ତି।



from Odisha Reporter http://bit.ly/2FwBLXg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages