
ଆଡେଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ସବୁଠାରୁ ଅଭିଜ୍ଞ ବ୍ୟାଟସ୍ମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଦମଦାର ଇନିଂସ୍ ଖେଳି ଶେଷ ପର୍ଯ୍ୟନ୍ତ ନଟଆଉଟ୍ ରହିଥିଲେ।
ଧୋନିଙ୍କ ୫୫ ରନ୍ର ଇନିଂସ୍ ଯୋଗୁ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ହେଲେ ଏହି ମ୍ୟାଚ୍ରେ ଧୋନି ବେଆଇନ୍ ବା ଅନ୍ୟମନସ୍କ ଭାବେ ଗୋଟିଏ ରନ୍ ଟିମ୍ ଖାତାରେ ଯୋଡ଼ିଥିଲେ। ହେଲେ ସେକଥା ଧୋନି, ଅଷ୍ଟ୍ରେଲିଆ ଖେଳାଳି କିମ୍ବା ଅମ୍ପାୟାର କେହି ବି ଜାଣି ପାରି ନଥିଲେ।
ଭାରତ ବ୍ୟାଟିଂ କରୁଥିବା ବେଳେ ୪୫ତମ ଓଭର୍ରେ ଏହି ଘଟଣା ଘଟିଥିଲା। ଏହି ସମୟରେ ଅଷ୍ଟ୍ରେଲିଆର ସ୍ପିନ୍ ବୋଲର ନେଥନ ଲାୟନ ବୋଲିଂ କରୁଥିଲେ।
ଧୋନି ତାଙ୍କର ଗୋଟିଏ ବଲ୍କୁ ଲଙ୍ଗ ଅନ୍ରେ ଖେଳିବା ସହ ଏକ ରନ୍ ବେଶ ଧିରେସୁସ୍ଥେ ନେଇଥିଲେ। ସେ ନନ୍ ଷ୍ଟ୍ରାଇକ୍କୁ ଆସିଥିଲେ ସତ କିନ୍ତୁ ସମ୍ଭବତଃ ଅନ୍ୟମନସ୍କ ଭାବେ କ୍ରିଜ୍ ଛୁଇଁ ନଥିଲେ। ତେବେ ଭାରତ ଖାତାରେ ଏକ ରନ୍ ଯୋଡ଼ି ହୋଇଥିଲା। ହେଲେ ଏହା କେହି ବି ଜାଣି ପାରି ନଥିଲେ। ଏହାର ଭିଡିଓ ଆଜି ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦେଖନ୍ତୁ ଭିଡିଓ
@vikrantgupta73 Sir Jee Please Do Some Basic Research On This Video .
TimeNow Reported This is Short Run By MS Dhoni.
Just Within 2 Days Post a Complete Report On AajTak.pic.twitter.com/gqTaxtciW0
— Rohit Chaudhary (@wayofdudes) January 16, 2019
from Odisha Reporter http://bit.ly/2FDk7AI

No comments:
Post a Comment