
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମାଜରେ ଧର୍ମ ପ୍ରଚାର କରୁଥିବା ଅନେକ ସାଧୁସନ୍ଥ ରହିଛନ୍ତି। ସେମାନେ ଧର୍ମ ପ୍ରଚାର କରିବା ପାଇଁ ନିଜର ସବୁକିଛି ଉତ୍ସର୍ଗ କରିଥାନ୍ତି। କିନ୍ତୁ ଏହା କେବଳ ଭାରତରେ ନୁହେଁ, ବିଦେଶୀ ନାଗରିକଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳୁଛି। ବିଦେଶୀ ନାଗରିକମାନେ ସନାତନ ସଂସ୍କୃତିରେ ଅନୁପ୍ରାଣିତ ହୋଇ ଭାରତୀୟ ଧର୍ମଧାରାରେ ବ୍ରତୀ ହେଉଛନ୍ତି। ସେମିତି ଜଣେ ସାଧୁଙ୍କୁ ଏଥର ଦେଖିବାକୁ ମିଳିଛି ପ୍ରୟାଗରାଜରେ ଚାଲିଥିବା ପବିତ୍ର ଅର୍ଦ୍ଧକୁମ୍ଭ ମେଳାରେ।
ଅନେକ ବିଦେଶୀ ନାଗରିକ ଭାରତୀୟ ଧର୍ମ ସଂସ୍କତିକୁ ଆପଣାଇ ଥିବା ଆପଣ ଦେଖିଥିବେ। ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥାଏ, ସନାତନ ଧର୍ମକୁ ବୁଝିବା ଏବଂ ଏହାର ପ୍ରଚାର ପ୍ରସାର କରିବା। ସେହିପରି ଜଣେ ବିଦେଶିନୀ ହେଉଛନ୍ତି ଆମେରିକାର ଫିବି ଗାବ୍ରିଏଲ୍। ଦୀର୍ଘ ୨୫ ବର୍ଷ ଧରି ସେ କେବଳ ଧର୍ମ ପ୍ରଚାର ନୁହେଁ ବରଂ ଏହା ସହିତ ସ୍ୱଚ୍ଛତା ଉପରେ ମଧ୍ୟ ସମାଜରେ ସଚେତନତା କାର୍ଯ୍ୟରେ ଲାଗିଛନ୍ତି।

ଫିବି ଗାବ୍ରିଏଲ୍ରୁ ସେ ସାଜିଛନ୍ତି ସ୍ୱାଧୀ ଭଗବତୀ ସରସ୍ୱତୀ। ଆମେରିକାର ଷ୍ଟାନ୍ଫୋର୍ଡ ୟୁନିଭରସିଟିରୁ ଗ୍ରାଜୁଏସନ୍ ଏବଂ କାର୍ଲିଫର୍ଣ୍ଣିଆ ୟୁନିଭରସିଟିରେ ପାଠପଢ଼ା ଶେଷ କରିବା ପରେ ସେ ଭାରତୀୟ ଧର୍ମ ପ୍ରତି ଆକର୍ଷିତ ହୋଇ ଋଷିକେଶ ଯିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ। ସେ ଜଣେ ଭଲ ବକ୍ତା ଏବଂ ଇଶ୍ୱରଙ୍କ ଉପାସନା କରିବାରେ ନିଜକୁ ଉତ୍ସର୍ଗ କରିଛନ୍ତି।
ଋଷିକେଶରେ ଧର୍ମ ପ୍ରଚାର କରୁଥିବା ଭଗବତୀ ସରସ୍ୱତୀ ବର୍ତ୍ତମାନ କୁମ୍ଭମେଳାରେ ସଫାସୁତୁରା, ବାହାରେ ମଳତ୍ୟାଗ କରିବା ଓ ଡାଇବେଟିସ୍ ଉପରେ ସଚେତନତା ସୃଷ୍ଟି କରି ମେଳାର ଆକର୍ଷଣ ସାଜିଛନ୍ତି।
from Odisha Reporter http://bit.ly/2CEf3ZL
No comments:
Post a Comment