ଯୋଗେଶ ସିଂ ପଦ ଛାଡ଼ିଲେ, ନବ କେବେ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଯୋଗେଶ ସିଂ ପଦ ଛାଡ଼ିଲେ, ନବ କେବେ ?

jogesh-singh

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ନିଲମ୍ବନ ହେବାପରେ ସୁନ୍ଦରଗଡ଼ର ବିଧାୟକ ଯୋଗେଶ ସିଂ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ କଂଗ୍ରେସରୁ ବହିଷ୍କୃତ ହୋଇଥିବା ଝାରସୁଗୁଡ଼ା ବିଧାୟକ ନବ ଦାସ କେବେ ବିଧାୟକ ପଦବୀରୁ ଇସ୍ତଫା ଦେବେ ତାକୁ ନେଇ ଚର୍ଚ୍ଚା।

ସୂଚନା ଅନୁସାରେ ସୁନ୍ଦରଗଡ଼ ବିଧାୟକ ଶ୍ରୀ ସିଂ ଆଜି ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଦଳବିରୋଧୀ କାର୍ଯ୍ୟ ପାଇଁ ଚଳିତମାସ ୧୭ତାରିଖରେ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ କଂଗ୍ରେସ ନିଲମ୍ବନ କରିଥିଲା। ଶ୍ରୀ ସିଂ ଖୁବଶୀଘ୍ର ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଶ୍ରୀ ସିଂ ୨୦୦୯ ମସିହାରୁ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ଆସୁଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସରୁ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ନବ ଦାସ ଆସନ୍ତା ୨୪ତାରିଖରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ନବଙ୍କ ବିରୁଦ୍ଧରେ ଗତକାଲି ଝାରସୁଗୁଡ଼ା କଂଗ୍ରେସ କର୍ମୀମାନେ ଏକଜୁଟ ହୋଇ ସ୍ଥିତି ପାଇଁ ନୀତି ଆଦର୍ଶକୁ ବଦଳାଇବାରେ ନବ ମାହିର ବୋଲି କହିବା ସହ ନୈତିକତା ଦୃଷ୍ଟିରୁ ସେ ତୁରନ୍ତ ବିଧାୟକ ପଦରୁ ଇସ୍ତଫା ଦେବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ।



from Odisha Reporter http://bit.ly/2RJnIo2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages