ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌ ଲୋକସଭାରେ ପାସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌ ଲୋକସଭାରେ ପାସ୍‌

ନୂଆଦିଲ୍ଲୀ:ଆଜି ଲୋକସଭାରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉପରେ ସଂଶୋଧିତ ବିଲ୍‌ ପାସ୍‌ ହୋଇଛି। ବିଲ୍‌ରେ ଥିବା ଆର୍ଥିକ ପଛୁଆ ବର୍ଗଙ୍କ ଲାଗି ୧୦ ପ୍ରତିଶତ ଆରକ୍ଷଣ ବାବଦରେ ଘମାଘୋଟ୍‌ ତର୍କ-ବିତର୍କ ପରେ ପରେ ଏହି ବିଲ୍‌ ପାରିତ ହୋଇଛି। ଏହା ପରେ ଆଜି ଲୋକସଭାକୁ ସ୍ଥଗିତ ରାଯାଇଛି। ଏହାକୁ ସମ୍ବିଧାନର ୧୨୪ତମ ସଂଶୋଧନ କୁହାଯାଉଛି। ଦୀର୍ଘ ସମୟ ବିତର୍କ ପରେ ଏନେଇ ଭୋଟିଂ ହୋଇଥିଲା।

ବିଲ୍‌ ସପକ୍ଷରେ ୩୨୩ଟି ଭୋଟ୍‌ ପଡ଼ିଥିବା ବେଳେ ଗୃହରେ ମାତ୍ର ୩ ଜଣ ସଦସ୍ୟ ଏହାକୁ ବିରୋଧ କରିଥିଲେ। ଏହି ବିଲକୁ ବିରୋଧ କରି ଏଆଇଏଡିଏମକେ କକ୍ଷ ତ୍ୟାଗ କରିଥିଲା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ବାବଦରେ ସଂରକ୍ଷଣ ନିଷ୍ପତ୍ତି ନିଆଯାଇଥିଲା।

ନିଷ୍ପତ୍ତି ଅନୁଯାୟୀ ସରକାରୀ ନିଯୁକ୍ତି ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା କ୍ଷେତ୍ରରେ ସାଧାରଣ ବର୍ଗର ଅନଗ୍ରସର (ଆର୍ଥିକ ଦୃଷ୍ଟିରୁ ଦୁର୍ବଳ) ଲୋକଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯିବା ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସମ୍ବିଧାନରେ ସଂଶୋଧନ କରିବା ଉଦ୍ଦେଶ୍ୟରେ ଲୋକସଭାରେ ଆଜି ବିଲ ଆଗତ କରାଯାଇଥିଲା।



from Odisha Reporter http://bit.ly/2H2ifUp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages