ଶୀତ ଦିନେ ଖାଆନ୍ତୁ ଏହି ସବୁ ଖାଦ୍ୟ, ଶରୀରକୁ ମିଳିବ ଉଷ୍ଣତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଶୀତ ଦିନେ ଖାଆନ୍ତୁ ଏହି ସବୁ ଖାଦ୍ୟ, ଶରୀରକୁ ମିଳିବ ଉଷ୍ଣତା

gggg

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ଦିନେ ଅତ୍ୟଧିକ ଥଣ୍ଡାରୁ ବର୍ତ୍ତିବା ପାଇଁ ସମସ୍ତେ ଗରମ ପୋଷାକର ସାହାଯ୍ୟ ନିଅନ୍ତି। କିନ୍ତୁ ଜାଣିଛନ୍ତି, ଏମିତି କିଛି ଖାଦ୍ୟ ସାମଗ୍ରୀ ଅଛି, ଯାହା ଖାଇବା ଦ୍ୱାରା ଶରୀରକୁ ଥଣ୍ଡା ଅଧିକ ଅନୁଭୂତ ହୋଇ ନ ଥାଏ। କାରଣ ଏହିସବୁ ଖାଦ୍ୟ ଶରୀରକୁ ଉଷ୍ମ ରଖିଥାଏ। ଚାଲନ୍ତୁ ଜାଣିବା, ଶୀତ ଦିନ କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଉଷ୍ମତା ମିଳିଥାଏ।

ବିନ୍‌ସ୍‌: ଶୀତଦିନେ ବିନ୍‌ସ୍‌ ଖାଇବା ସବୁଠୁ ଭଲ। ଏହା ପ୍ରୋଟିନ୍‌ ଓ ଫାଇବର୍‌ର ଉତ୍ସ। ଏଥିରେ ଶରୀରକୁ ଉଷ୍ମ ରଖିବା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଯଥା; କ୍ୟାଲ୍‌ସିଅମ୍‌, ଆଇରନ୍, ପଟାସିୟମ୍‌, ଜିଙ୍କ୍‌ ଓ ଫସ୍‌ଫରସ୍‌ ଆଦି ଭରପୂର ରହିଛି।

ଫଳ ରସ: ଥଣ୍ଡା ଦିନେ ଫଳ ରସ ପିଇବା ନିତାନ୍ତ ଆବଶ୍ୟକ। କମଳା, ଅଙ୍ଗୁର ଓ ଲେମ୍ବୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ। କାରଣ ଏହି ସବୁ ଫଳରେ ଭିଟାମିନ୍‌ ଭରପୁର ଥାଏ।

ଡାଲି: ଥଣ୍ଡା ଦିନେ ଡାଲି ଖାଇବା ଜରୁରୀ। ପ୍ରତିଦିନ ଭୋଜନରେ ଡାଲି ଖାଇବା ଅଭ୍ୟାସ କରନ୍ତୁ। ଡାଲିରୁ ଶରୀରକୁ ପ୍ରଚୁର ପରିମାଣର ପୋଷକତତ୍ତ୍ୱ ମିଳିଥାଏ।

ଅଣ୍ଡା: ଥଣ୍ଡାରେ ନିୟମିତ ଅଣ୍ଡା ଖାଇବା ଉଚିତ୍‌। ଅଣ୍ଡା ହେଉଛି ଭିଟାମିନ୍‌ର ଉତ୍ସ। ଏଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ପଟାସିୟମ୍‌, ସେଲିନିୟମ୍‌, ଫ୍ୟାଟିଏସିଡ୍‌ ଓ ପ୍ରୋଟିନ୍‌ ଆଦି ଭରପୂର ରହିଛି।

ପନି ପରିବା: ଶୀତ ଦିନେ ଅଧିକ ପରିମାଣର ପନି ପରିବା ଖାଆନ୍ତୁ। ଏଥିରେ ଭିଟାମିନ୍‌ ସି’, ଏ’ ଓ କେ’ ରହିଛି। ଏହା ସହ ଏଥିରୁ ଫଲେଟ୍, ଓମେଗା-୩ ଏସ୍‌ ଓ ମିନେରାଲ୍ସ ମିଳେ। ଥଣ୍ଡା ଦିନେ ପାଳଙ୍ଗ ଭଳି ଶାଗ ଖାଇବା ଦ୍ୱାରା ଶରୀରକୁ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ।

ମଶ୍‌ରୁମ୍‌: ମଶ୍‌ରୁମ୍‌ରେ ଅଧିକ ମାତ୍ରାରେ ଭିଟାମିନ୍‌ ଥାଏ। ସେଥିପାଇଁ ଶୀତ ଦିନେ ମଶ୍‌ରୁମ୍‌ ଖାଇବା ନିହାତି ଦରକାର। ଏଥିରେ ସେଲେନିୟମ୍‌ ପ୍ରଚୁର ପରିମାଣରେ ରହିଛି।

ଡ୍ରାଏ ଫ୍ରୁଟ୍‌ସ୍‌: ଡାକ୍ତରମାନେ ଥଣ୍ଡା ଦିନେ ଡ୍ରାଏ ଫ୍ରୁଟ୍‌ସ୍‌ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଏଥିରେ ଭିଟାମିନ୍ ଇ’ , ବି’ କମ୍ପ୍ଲେକ୍ସ, omega3s, ମ୍ୟାଗ୍ନେସିୟମ୍, କପର୍, ଜିଙ୍କ୍‌, କ୍ୟାଲ୍‌ସିୟମ୍, ସେଲେନିୟମ୍‌ ଓ ପ୍ରୋଟିନ୍‌ ରହିଛି।

କନ୍ଦମୂଳ: ଶୀତ ଦିନେ କନ୍ଦମୂଳ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ। ଏଥିରୁ ପ୍ରଚୁର ପରିମାଣର ଭିଟାମିନ୍‌ ସି’, ଏ’, ସୋଡ଼ିୟମ, ପଟାସିୟମ୍, କ୍ୟାଲସିୟମ୍ ଓ ଫାଇବର୍‌ ମିଳିଥାଏ।

ଆଳୁ: ଆଳୁରେ ଶରୀରକୁ ଗରମ ରଖିବାର କ୍ଷମତା ରହିଛି। ଏଥିରେ ଭିଟାମିନ୍‌ ସି’, ବି’-୬, ପଲେଟ ଓ ଫାଇବର୍‌ ରହିଛି। ଆଳୁ ଖାଇଲେ ଶରୀରକୁ ଅତ୍ୟଧିକ ଥଣ୍ଡା ହୋଇ ନ ଥାଏ।

କଖାରୁ: ଥଣ୍ଡା ଦିନେ ଯେମିତି ହେଲେ କଖାରୁ ଖାଆନ୍ତୁ। ଏଥିରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍, ଫଲେଟ୍, ଫାଇବର୍ ଓ ଭିଟାମିନ୍ ଓ’, ବି’-୬, ସି’ ଓ କେ’ ଭରପୂର ରହିଛି। ଶୀତ ଦିନେ ଶରୀର ପାଇଁ ଏ ସବୁ ଖୁବ୍‌ ଉପାଦେୟ।



from Odisha Reporter http://bit.ly/2CZWLDt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages