ସ୍ୱପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖୁଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ସ୍ୱପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖୁଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିଷ ଜୀବନର ଗୋଟିଏ ମାତ୍ର ସତ୍ୟ ହେଉଛି ମୃତ୍ୟୁ। ସମସ୍ତଙ୍କୁ ଦିନେ ନା ଦିନେ ଏହି ପୃଥିବୀ ଛାଡ଼ି ଯିବାକୁ ପଡ଼ିବ। ଏହା ହେଉଛି ସଂସାରର ଧ୍ରୁବ ସତ୍ୟ।
ଆପଣଙ୍କ ଜୀବନରେ ଏପରି ଏକ ସମୟ ଆସିଥାଏ, ଯେଉଁଠି ଆପଣ ନିଜ ପ୍ରିୟଜନ କିମ୍ୱା ବନ୍ଧୁଙ୍କ ମୃତ୍ୟୁକୁ ସମ୍ମୁଖରେ ଦେଖିଥାନ୍ତି। ଯଦି ଆମର କୌଣସି ବ୍ୟକ୍ତି ସହିତ କିଛି ନିବିଡ଼ ସମ୍ପର୍କ ଥାଏ ତେବେ ତାଙ୍କର ମୃତ୍ୟୁ ପରେ ମଧ୍ୟ ଆମେ ତାଙ୍କୁ ସ୍ଵପ୍ନରେ ଦେଖିଥାଉ।

ଥରେ ନୁହେଁ, ବାରମ୍ୱାର ଏପରି ସ୍ୱପ୍ନ ଆମକୁ ବ୍ୟତିବ୍ୟସ୍ତ କରିଥାଏ। ଲାଗିଥାଏ, ଯେପରି ଏହି ସ୍ୱପ୍ନ କିଛି ସଙ୍କେତ ଦେବାକୁ ଚାହୁଁଛି।

ଜାଣିଛନ୍ତି, ଏଭଳି ସ୍ୱପ୍ନ ଦେଖୁଥିବା ଲୋକଙ୍କ ଲାଗି ସମୁଦ୍ର ଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି। ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ, କୌଣସି ମୃତ ବ୍ୟକ୍ତିକୁ ସ୍ଵପ୍ନରେ ଦେଖିବା ଶୁଭ ନା ଅଶୁଭ।

ସମୁଦ୍ର ଶାସ୍ତ୍ରର ଏମିତି ରହିଛି ଉତ୍ତର

ସ୍ୱପ୍ନ ଦେଖିବା ସମୟରେ ମଣିଷର ଭାବନା ଉତ୍ତେଜିତ ହୋଇଯାଏ।  ଯାହାଦ୍ଵାରା ସେ ଜାଣି ପାରନ୍ତି ନାହିଁ କି ଯାହା ଦେଖୁଛନ୍ତି ସେଗୁଡିକ ସ୍ଵପ୍ନ ନା ସତ। ଆଉ ଯେତେବେଳେ ସ୍ୱପ୍ନରେ ଦିବଙ୍ଗତ ବ୍ୟକ୍ତିଙ୍କ ଦର୍ଶନ ହୁଏ, ସେତବେଳେ ସ୍ୱପ୍ନ ଦେଖୁଥିବା ବ୍ୟକ୍ତି ତାହାକୁ ବାସ୍ତବିକ୍‌ ବୋଲି ଅନୁଭବ କରିଥାନ୍ତି।

ଯଦି କାହା ସହ ଆପଣଙ୍କର ଘନିଷ୍ଠତା ରହିଛି ଓ ଦୁର୍ଭାଗ୍ୟକୁ ନିକଟରେ ତାଙ୍କ ମୃତ୍ୟୁ ଘଟୁଛି, ତା ହେଲେ ସେ ଆପଣଙ୍କ ସ୍ୱପ୍ନରେ ଆସିବା ସ୍ୱଭାବିକ୍‌। ସମୁଦ୍ର ଶାସ୍ତ୍ର ଅନୁସାରେ ସେହି ବ୍ୟକ୍ତି ସ୍ଵପ୍ନରେ ଆସିବା ଅର୍ଥ ସେମାନେ ଆମକୁ ଆଶ୍ଵାସନା ଦେଇଥାନ୍ତି କି ଏହି ଦୁଃଖକୁ ଛାଡ଼ି ଆଗକୁ ବଢ଼, ଏବଂ ନିଜ ଜୀବନରେ ସୁଖକୁ ପ୍ରାପ୍ତ କର ।

ସ୍ଵପ୍ନରେ କୌଣସି ମୃତ ପରିଜନଙ୍କୁ ଦେଖିବାର ଅର୍ଥ ଆପଣଙ୍କୁ ସେ ଜୀବନରେ ଆସିବାକୁ ଥିବା ଅସୁବିଧାରୁ ବାହାରିବା ପାଇଁ ରାସ୍ତା ଦେଖାଉଛନ୍ତି। ଯାହାଫଳରେ ଆପଣ ନିଜ ଜୀବନରେ ଆସୁଥିବା ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଆହୁରି ମଧ୍ୟ ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ, ସ୍ଵପରେ ଯଦି କୌଣସି ମୃତ ବ୍ୟକ୍ତି ଆସନ୍ତି, ତେବେ ସେମାନେ ଆପଣଙ୍କର ଭବିଷ୍ୟତ ବିଷୟରେ କିଛି ଜଣାଇବାକୁ ଆସନ୍ତି । ଆପଣ ଦେଖିଥିବେ ଏମିତି କିଛି ସ୍ଵପ୍ନ ଦେଖିବା ପରେ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଥାଏ।

ଯେଉଁ ବ୍ୟକ୍ତି ଜୀବିତ ରହିଥିବା ସମୟରେ ଆପଣଙ୍କର ସବୁ ସୁଖ ଦୁଃଖରେ ରହିଥାନ୍ତି ଏବଂ ମୃତ୍ୟୁ ପରେ ସେହି ବ୍ୟକ୍ତି ଆପଣଙ୍କ ସ୍ଵପରେ ନିଶ୍ଚିତ ଆସିଥାନ୍ତି ଏବଂ ଆପଣଙ୍କୁ ସବୁ ପ୍ରକାରର ସମସ୍ୟାରୁ ବାହାର କରିବା ପାଇଁ ଚେଷ୍ଟା କରିଥାନ୍ତି ।

ସମୁଦ୍ର ଶାସ୍ତ୍ର ଅନୁସାରେ, ମୃତ ପରିଜନଙ୍କ ସ୍ଵପ୍ନରେ ଆସିବା ପରେ ମଣିଷର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଏ ଏବଂ ତାଙ୍କର ଜୀବନରେ ବହୁତ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳେ ।



from Odisha Reporter http://bit.ly/2Szcuic

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages