ସାବରୀମାଲା: ଆଜିର ଦିନ କେରଳ ପାଇଁ କଳା ଦିବସ କହିଲା ବିଜେପି, ୨ ଦିନିଆ ବିକ୍ଷୋଭ ଡାକରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ସାବରୀମାଲା: ଆଜିର ଦିନ କେରଳ ପାଇଁ କଳା ଦିବସ କହିଲା ବିଜେପି, ୨ ଦିନିଆ ବିକ୍ଷୋଭ ଡାକରା

ଥିରୁଭନନ୍ତପୁରମ୍‌: କେରଳର ପ୍ରସିଦ୍ଧ ଆୟପ୍ପା ଭଗବାନଙ୍କ ତୀର୍ଥକ୍ଷେତ୍ର ସାବରୀମାଲା ମନ୍ଦିରରେ ଦୁଇ ମହିଳାଙ୍କ ପ୍ରବେଶ ପରେ ପରମ୍ପରା ଭଙ୍ଗ ହୋଇଥିବା ଅଭିଯୋଗ ଆଣି ଆଜିର ଦିନକୁ କଳା ଦିବସ କହିଛି ରାଜ୍ୟ ବିଜେପି। ପରମ୍ପରାରେ ମନ୍ଦିରରେ ୧୦ରୁ ୫୦ ବର୍ଷ ବର୍ଗର ମହିଳାଙ୍କ ପ୍ରବେଶକୁ ନେଇ କଟକଣା ରହିଥିବାବେଳେ ଏହା ବିରୋଧରେ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ତେବେ ରାୟ ପରେ ମଧ୍ୟ ଆଜିଯାଏ ଏହା ସମ୍ଭବ ହୋଇପାରିନଥିବା ଏହି ପରମ୍ପରା ଭୋର ୩.୪୫ରେ ଭାଙ୍ଗିଯାଇଛି।

ତେବେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କେରଳ ବିଜେପି ମୁଖ୍ୟ ପିଏସ୍‌ ଶ୍ରୀଧରନ୍‌ ପିଲ୍ଲାଇ କହିଛନ୍ତି, ଶ୍ରଦ୍ଧାଳୁମାନେ ଆଇନକୁ ହାତକୁ ନନେଇ ଗଣାତାନ୍ତ୍ରିକ ଉପାୟରେ ବିକ୍ଷୋଭ କରିବାକୁ ମୁଁ ଆହ୍ୱାନ କରୁଛି। ବିଜେପି ୨ ଦିନବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ପୂର୍ବରୁ ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା।

ଅନ୍ୟପକ୍ଷରେ ସାବରୀମାଲା କର୍ମା ସମିତି ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁଙ୍କୁ ଠକିଛନ୍ତି। ଆୟପ୍ପା ଭଗବାନଙ୍କର ସେ କୋଟି କୋଟି ଶ୍ରଦ୍ଧାଳୁଙ୍କ ନିକଟରେ ଉତ୍ତରଦାୟୀ ରହିବେ। ଭକ୍ତଙ୍କ ଭାବାବେଗ ସହିତ ଖେଳିବା ତାଙ୍କପାଇଁ ମହଙ୍ଗା ସାବ୍ୟସ୍ତ ହେବ।

ସେହିଭଳି କେରଳ ଡିଜିପି କହିଛନ୍ତି, ପୁଲିସ୍‌ର କାମ ହେଉଛି ଯେଉଁମାନେ ମନ୍ଦିରକୁ ଆସିବେ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା। କାହାର ବୟସ କେତେ ଜାଣିବା ବା ନିଶ୍ଚିତ କରିବା ଆମ କାମ ନୁହେଁ।



from Odisha Reporter http://bit.ly/2AowZY0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages