ବିଶ୍ୱର ୧ ନଂ ଖେଳାଳି ହାଲେପଙ୍କୁ ବିଦା କଲେ ସେରେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ବିଶ୍ୱର ୧ ନଂ ଖେଳାଳି ହାଲେପଙ୍କୁ ବିଦା କଲେ ସେରେନା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନର କ୍ୱାର୍ଟର ଫାଇନାଲ୍‌ ପୂର୍ବରୁ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ବିଶ୍ୱର ଏକ ନମ୍ବର ମହିଳା ଟେନିସ୍‌ ତାରକା ସିମୋନା ହାଲେପ୍‌ ଆଜି ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ତାଙ୍କ ଆମେରିକାର ଷ୍ଟାର ଟେନିସ୍‌ ତାରକା ସେରେନା ୱିଲିୟମସ୍‌ ସଂଘର୍ଷପୂର୍ଣ୍ଣ ୬-୧,୪-୬ ଓ ୬-୪ ସେଟରେ ପରାସ୍ତ କରିଛନ୍ତି।

ଏହି ବିଜୟ ସହ ସେରେନା ୧୨ତମ ଥର ପାଇଁ ଅଷ୍ଟ୍ରେଲିଆ ଓପନର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ବିଶ୍ୱର ୧୬ନଂ ସ୍ଥାନରେ ଥିବା ସେରେନା ଗତବର୍ଷ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ଅଷ୍ଟ୍ରେଲିଆନ୍ ଓପନ୍‌ ଖେଳି ପାରି ନଥିଲେ। କିନ୍ତୁ ଏଥର ସେ ନିଜର ଦବଦବା ଦେଖାଇଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ହାଲେପ୍‌ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏଥିସହ ପ୍ରଥମ ବ୍ରେକ୍‌ ପଏଣ୍ଟ ହାସଲ କରି ନେଇଥିଲେ। କିନ୍ତୁ ଏହାପରେ ସେରେନା କମ୍‌ବ୍ୟାକ୍‌ କରି ସେଟ୍‌ଟିକୁ ୬-୧ରେ ଜିତି ନେଇଥିଲେ।

ତେବେ ଦ୍ୱିତୀୟ ସେଟ୍‌ରେ ହାଲେପ ପ୍ରତିପକ୍ଷ ସେରେନାଙ୍କୁ ଚକମା ଦେଇ ୬-୪ରେ ଜିତି ଯାଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ସେରେନା ୬-୪ରେ ଜିତି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ।



from Odisha Reporter http://bit.ly/2T5AQjP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages