
ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍ର ଅଧ୍ୟକ୍ଷ ଅନୀଲ୍ ଅମ୍ବାନୀଙ୍କ ସାନ ପୁଅ ରିଲାଏନ୍ସ ଜଏନ୍ କରିଛନ୍ତି। ୨୩ବର୍ଷୀୟ ଅଂଶୁଲ୍ ଅମ୍ବାନୀ ମ୍ୟାନେଜ୍ମେଣ୍ଟ ଟ୍ରେନିଂ ଭାବେ କମ୍ପାନୀରେ ଜଏନ୍ କରିଛନ୍ତି। ଗତ ସପ୍ତାହରେ ସେ ରିଲାଏନ୍ସ ଗ୍ରୁପ୍ରେ ସାମିଲ୍ ହୋଇଥିବା ଶନିବାର ଘୋଷଣା କରାଯାଇଛି।
ଅଂଶୁଲ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ଷ୍ଟର୍ନ ସ୍କୁଲ୍ ଅଫ୍ ବିଜ୍ନେସ୍ରେ ଡିଗ୍ରୀ ସାରିବା ପରେ ଟ୍ରେନିଂ ଭାବେ ରିଲାଏନ୍ସ ଜଏନ୍ କରିଛନ୍ତି।
ରିଲାଏନ୍ସ ଇନ୍ଫ୍ରାଷ୍ଟ୍ରକ୍ଟର୍ ଗ୍ରୁପ୍ ଇଂଜିନିୟର, ପ୍ରୋକ୍ୟୁରମେଣ୍ଟ ଏବଂ କନ୍ଷ୍ଟ୍ରକ୍ସନ୍ (ଇପିସି) ଶାଖାରେ ସେ ଯୋଗ ଦେଇଛନ୍ତି। ଏଠାରେ କମ୍ପାନୀର ବିଜୁଳୀ ଉତ୍ପାଦନ, ବିତରଣ, କାରୋବାର, ପ୍ରତିରକ୍ଷା କାରବାର ସମ୍ପର୍କିତ ବିବିଧ କାର୍ଯ୍ୟ କରାଯାଏ।
ବଡ ଭାଇ ଅନମୋଲ୍ଙ୍କ ପରି ଅଂଶୁଲ୍ ରିଲାଏନ୍ସରେ ଯୋଗ ଦେଇଛନ୍ତି। ଅନମୋଲ୍ ୨୦୧୪ରେ ରିଲାଏନ୍ସ ମ୍ୟୁଚୁଆଲ୍ ଫଣ୍ଡ ଜଏନ୍ କରିଥିଲେ। ପରେ ୨୦୧୬ରେ ସେ ରିଲାଏନ୍ସ କ୍ୟାପିଟଲ୍ ବୋର୍ଡରେ ସାମିଲ୍ ହୋଇଥିଲେ।
from Odisha Reporter http://bit.ly/2Dq4yL5
No comments:
Post a Comment