
ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଡୁମୁରିସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମେଣ୍ଟ୍ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତ ବ୍ୟକ୍ତିଙ୍କ ନାଁ ଲକ୍ଷ୍ମଣ ମୁଣ୍ଡା। ଗୁରୁତରଙ୍କ ନାଁ ପୂର୍ଣ୍ଣଚନ୍ଦ୍ର। ତାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ସନ୍ଧ୍ୟାରେ ଏ ଦୁଇ ଗୋଷ୍ଠୀର ସଦସ୍ୟମାନେ ନଦୀଗଡ଼ାଇରୁ ଫୁଟବଲ୍ ମ୍ୟାଚ୍ ଦେଖି ଫେରୁଥିବା ବେଳେ କମେଣ୍ଟ୍ ମରାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ଲକ୍ଷ୍ମଣ ଓ ପୂର୍ଣ୍ଣଚନ୍ଦ୍ର ଆହତ ହୋଇଥିଲେ। ଦୁଇ ଜଣଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଲକ୍ଷ୍ମଣଙ୍କୁ ମୃତ ଘୋଷଣା କରାଯାଇଥିଲା।
ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2RZ8B9S
No comments:
Post a Comment