ଭଲ୍କସ୍‌ୱାଗେନ୍‌କୁ ଗ୍ରୀନ୍‌ ଟ୍ରିବ୍ୟୁନାଲର ୧୦୦ କୋଟିର ଛାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଭଲ୍କସ୍‌ୱାଗେନ୍‌କୁ ଗ୍ରୀନ୍‌ ଟ୍ରିବ୍ୟୁନାଲର ୧୦୦ କୋଟିର ଛାଟ

ନୂଆଦିଲ୍ଲୀ: ଭଲ୍କସ୍‌ୱାଗେନ୍‌ (Volkswagen)କୁ ମିଳିଛି ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ର ଛାଟ। ଏହି କାର୍‌ ନିର୍ମାତା କମ୍ପାନୀ ୧୬ ନଭେମ୍ବର ୨୦୧୮ ନିର୍ଦ୍ଦେଶ ଅନୁଯାୟୀ ୧୦୦ କୋଟି ଟଙ୍କା ଜୋରିମାନା ପଇଠ କରିବାର ଥିଲା କିନ୍ତୁ ତାହା ଏପର୍ଯ୍ୟନ୍ତ କରିନାହିଁ।

ଗୁରୁବାର ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆସନ୍ତାକାଲି ୫ଟା ସୁଦ୍ଧା ଏହି ଅର୍ଥ ପଇଠ କରିବା ପାଇଁ ଅଣ୍ଡରଟେକିଂ ଦେବାକୁ ଏହି କାର୍‌ ନିର୍ମାତା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ନଚେତ ଏହି କମ୍ପାନୀର ଭାରତୀୟ ମୁଖ୍ୟଙ୍କୁ ଗିରଫ କରାଯିବ ଏବଂ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଆଦେଶ ଦେଇଛନ୍ତି।

ଜଷ୍ଟିସ୍‌ ଏସ୍‌ପି ୱାଙ୍ଗଡ଼ି ସଦସ୍ୟ ଥିବା ଟ୍ରିବ୍ୟୁନାଲ ଖଣ୍ଡପୀଠ ଏହି କମ୍ପାନୀକୁ ଭର୍ତ୍ସନା କରି କହିଛନ୍ତି, “ଆମର ନିର୍ଦ୍ଦେଶ ପରେ ଏହି ଅର୍ଥ ପଇଠ କରିନାହଁ କାହିଁକି? ଏହା ତ ସ୍ଥଗିତ ରଖାଯାଇନି। ଆଗକୁ କେବେମଧ୍ୟ ସ୍ଥଗିତ ରଖାଯିବାର ନାହିଁ।”

ଗତବର୍ଷ ନଭେମ୍ବର ମାସ ୧୬ ତାରିଖର ଶୁଣାଣିରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ, ଏହି କମ୍ପାନୀ ଡିଜେଲ କାର୍‌ରେ ପ୍ରଦୁଷଣଜନିତ ଠକେଇ ପାଇଁ ‘ଚିଟ୍‌ ଡିଭାଇସ୍‌’ ବ୍ୟବହାର କରୁଛି। ଏହା ପରିବେଶ ନଷ୍ଟ କରୁଥିବାରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ୧୦୦ କୋଟି ଟଙ୍କାର ଜୋରିମାନା ପଇଠ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter http://bit.ly/2svMw3H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages