ଯେଉଁଠି ପ୍ରକୃତି କରେ କୋଳାହଳ, ଜାଣନ୍ତୁ କେତେ ଉଚ୍ଚରୁ ଜଳସ୍ରୋତ କଚାଡ଼ି ହୋଇପଡ଼ିଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ଯେଉଁଠି ପ୍ରକୃତି କରେ କୋଳାହଳ, ଜାଣନ୍ତୁ କେତେ ଉଚ୍ଚରୁ ଜଳସ୍ରୋତ କଚାଡ଼ି ହୋଇପଡ଼ିଥାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରକୃତି କୋଳରେ ଅବସର ବିନୋଦନ ପାଇଁ ଜାଗାଟିଏ ହେଉଛି କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରାତ। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ସ୍ଥାନକୁ ବହୁ ଦୂର ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସନ୍ତି। ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଏବଂ ଝରଣାର କୂଳୁ କୂଳୁ ନାଦ ସଭିଙ୍କୁ ଆନମନା କରେ । କେନ୍ଦୁଝର ସହର ଠାରୁ ୮ କି:ମି ଦୂର ସମ୍ବଲପୁର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ନଂ୬ କଡ଼ରେ ଅବସ୍ଥିତ ଏହି ଜଳପ୍ରପାତ।

ସାନଘାଗରା ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବନନୀକୁ ରମଣୀୟକରି ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ବର୍ଷତମାମ ଆକର୍ଷିତ କରିଥାଏ । ତ୍ରିକୋଣ ଭୂମି ଓ ସଂକୀର୍ଣ୍ଣ ଉପତ୍ୟାକାର ସୌନ୍ଦର୍ଯ୍ୟମୟ ସମାହାର ଏହି ଅଞ୍ଚଳଟି ପର୍ଯ୍ୟଟକଙ୍କୁ ବେଶ ବିମୋହିତ କରେ।

ଏହି ଜାଗାରେ ପାଦ ପଡ଼ିଲେ ପର୍ଯ୍ୟଟକମାନେ ନିଜକୁ ପ୍ରକୃତି କୋଳରେ ହଜାଇ ଦିଅନ୍ତି। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତଟି ଅନବରତ ବହି ଚାଲିଛି। ସମୁଦ୍ର ପତନଠାରୁ ୧୬୫୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ସ୍ଥାନରେ ଶୀତଦିନେ ଭୀଷଣ ଥଣ୍ଡା ଅନୁଭୂତ ହୁଏ। ଏହି ଜଳପ୍ରପାତଟି ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ପାଇଛି। ଏଠାରେ ୪୮୦ ମିଟର(୧୯୫୦ ଫୁଟ୍‌) ଉଚ୍ଚରୁ ପାଣି ପଡ଼ୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।



from Odisha Reporter http://bit.ly/2RiwXLF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages