
ନାଗପୁର: ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ନାଗପୁରର କିଙ୍ଗସ୍ୱେ ହସ୍ପିଟାଲ ନିକଟରେ ଥିବା ଏକ ଉଚ୍ଚ ଅଟ୍ଟାଳିକାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ରୂପ ଧାରଣ କରିଛି ଯେ ଏହାକୁ ଲିଭାଇବା ପାଇଁ ୧୫ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି।
ଏହି ଅଟ୍ଟାଳିକା ମଧ୍ୟରେ ୨୦ରୁ ଅଧିକ ଶ୍ରମିକଙ୍କ ସମେତ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡ ପରେ ଅତ୍ୟଧିକ ଧୂଆଁ ବାହାରୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ନିଆଁ ସ୍ଥାନୀୟ ହସ୍ପିଟାଲକୁ ବ୍ୟାପିବାର ଆଶଙ୍କା ଥିବାରୁ ସ୍ଥାନୀୟ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ବେଶ ସତର୍କତାର ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ରିପୋର୍ଟ ଲେଖା ହେବା ଯାଏ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।
from Odisha Reporter http://bit.ly/2CcGUzV
No comments:
Post a Comment