ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟା: ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟା: ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ। ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଶିବନାମବାଲ୍ୟାଷ୍ଟକମ ଯାହାକୁ ପରିଵେଷଣ କରିଥିଲେ ରୂପକ ପରିଡ଼ା ଓ ସାଥୀ। ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଲିଙ୍ଗରାଜ ପ୍ରଧାନ ପ୍ରଥମେ ପଲ୍ଲବୀ ଓ ପରେ ପରେ ଶ୍ରୀ ଋଦ୍ରାଷ୍ଟକମ ପରିବେଷଣ କରିଥିଲେ। ଏହାର ନୃତ୍ୟ ସଂରଚନା କରିଥିଲେ ଲିଙ୍ଗରାଜ ପ୍ରଧାନ ଓ ସଂଯୁକ୍ତା ପ୍ରଧାନ।

ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ନୂଆଦିଲ୍ଲୀର ଲିପ୍ସା ଶତପଥୀ ଓ ୱାଇ ଆଶା କୁମାରୀ ପ୍ରଥମେ ପରିବେଷଣ କରିଥିଲେ ପଲ୍ଲବୀ ଯାହା ରାଗ ଦେବଗାନ୍ଧାରୀ ଓ ତାଳ ଯତି ଉପରେ ଆଧାରିତ ଥିଲା। ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ ପରେ ପରେ ସେମାନେ ପରିବେଷଣ କରିଥିଲେ ଅଭିନୟ ନବରସ। ଉକ୍ତ ପ୍ରସ୍ତୁତିଟିର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଗଙ୍ଗାଧର ପ୍ରଧାନ।

ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ସୁତପା ତାଲୁକଦାର ଓ ସାଥୀଙ୍କ ଦ୍ୱାରା ପ୍ରଥମେ ଗଜାନନ ବନ୍ଦନା ପରେ ପରେ ପଲ୍ଲବୀ। ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଦୁଇଗୋଟି ନୃତ୍ୟାଭିନୟ ନାରୀ ଏବଂ ବସନ୍ତ ଯାହାର ନୃତ୍ୟ ସଂରଚନା କରିଥିଲେ ନିଜେ ସୁତପା ତାଲୁକଦାର।

ସନ୍ଧ୍ୟାର ଅତିଥିମାନେ ଥିଲେ ରାଜ୍ୟ ପର୍ଯ୍ୟଟନ ବିଭାଗର ସଚିବ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ବିଜୟ କୁମାର ଜେନା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼. ଶ୍ରୀନିବାସ ଘଟୁଆରୀ ଓ ଅନୁଜା ତାରିଣୀ ମିଶ୍ର।



from Odisha Reporter http://bit.ly/2DbWrS0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages