ସାତକୋଶିଆ ଜଙ୍ଗଲକୁ ଫେରିବ ‘ସୁନ୍ଦରୀ’, ଜଗିବ ‘ଯଶୋଦା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ସାତକୋଶିଆ ଜଙ୍ଗଲକୁ ଫେରିବ ‘ସୁନ୍ଦରୀ’, ଜଗିବ ‘ଯଶୋଦା’

ଅନୁଗୋଳ(ବିରଜା ଦାଶ): ପୁଣି ସାତକୋଶିଆ ଜଙ୍ଗଲକୁ ଫେରିବ ବାଘୁଣୀ ‘ସୁନ୍ଦରୀ’। ହିଂସ୍ର ହୋଇପଡ଼ି ଥିବା ବାଘୁଣୀ ‘ସୁନ୍ଦରୀ’ ଏନ୍‌କ୍ଲୋଜରରେ ରହିଛି। ଖୁବ୍‌ଶୀଘ୍ର ତାକୁ ଜଙ୍ଗଲରେ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ଏଥିରେ ସହାୟତା କରିବ କୁମ୍‌କୀ ହାତୀ ‘ଯଶୋଦା’। ସେଥିପାଇଁ ଏକ ଟ୍ରକ୍‌ରେ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ସାତକୋଶିଆକୁ ଯାଇଛି ‘ଯଶୋଦା’ ଓ ଅନ୍ୟ ହାତୀ। ଏମାନଙ୍କ ସହାୟତାରେ ‘ସୁନ୍ଦରୀ’ ଉପରେ ନଜର ରଖିବ ବନବିଭାଗ।

ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’ ଆସିଥିଲା। ସେ ସାତକୋଶିଆରେ ପାଦ ଥାପିବା ପରେ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ‘ସୁନ୍ଦରୀ’ ଅନ୍ୟ ବାଘ ଓ ବାଘୁଣୀଙ୍କ ସହିତ ମିଳିମିଶା କଲାନାହିଁ। ଏକଘରିଆ ହୋଇ ରହିଲା। ଏପରିକି ଅଭୟାରଣ୍ୟର ଘଞ୍ଚ ଜଙ୍ଗଲକୁ ଗଲାନାହିଁ। ସବୁବେଳେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୁରି ବୁଲୁଥିଲା। ଏହି ସମୟରେ ଖାଦ୍ୟ ଅନ୍ଵେଷଣରେ ବାହାରି ଯାହାକୁ ପାରିଲା ଝାମ୍ପି ନେଉଥିଲା। ଏନେଇ ଅଭିଯୋଗ ହେବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ବାଘୁଣୀ ‘ସୁନ୍ଦରୀ’କୁ ସ୍ଥାନାନ୍ତର ପାଇଁ ଲୋକେ ଦାବି କରିଥିଲେ। ଶେଷରେ ଗାଁ ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଥିଲା ବନ ବିଭାଗ।

‘ସୁନ୍ଦରୀ’କୁ କାବୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା ବିଭାଗ। ମାତ୍ର ଚାଲାକ ‘ସୁନ୍ଦାରୀ’ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଚକ୍‌ମା ଦେଉଥିଲା। ଏଥିପାଇଁ ବନ ବିଭାଗ ନାକେଦମ ହୋଇଥିଲା। ଓୟୁଏଟି ଓ ବାନ୍ଧବଗଡ଼ ଅବୟାରଣ୍ୟରୁ ଆସିଥିବା ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ୍‌ ଟିମ୍‌ ‘ସୁନ୍ଦରୀ’କୁ କାବୁ କରିପାରିନଥିଲେ। ଶେଷରେ ସୁନ୍ଦରୀ ଫସିଲା। ତାକୁ କାବୁ କରାଯାଇ ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ାରେ ଦୁଇ ଏକର ପରିମିତ ଏନ୍‌କ୍ଲୋଜରରେ ରଖାଯାଇଛି।

ବହୁ ବାଦ ବିବାଦ ପରେ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛାଡ଼ିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି।



from Odisha Reporter http://bit.ly/2TLShWs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages