ଦାରିଙ୍ଗବାଡ଼ିରେ ‘ବାଘ ଆତଙ୍କ’ ସମ୍ପୂର୍ଣ୍ଣ ମନଗଢ଼ା: ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ଦାରିଙ୍ଗବାଡ଼ିରେ ‘ବାଘ ଆତଙ୍କ’ ସମ୍ପୂର୍ଣ୍ଣ ମନଗଢ଼ା: ଅଧିକାରୀ

ବାଲିଗୁଡ଼ା(ଅଜିତ ନାୟକ): ବାଲିଗୁଡ଼ା ବନଖଣ୍ଡ ଅଧୀନ ଅଞ୍ଚଳରେ ଏକ ବାଘ ଦାରିଙ୍ଗବାଡ଼ି ଅଞ୍ଚଳରେ ପର୍ଯ୍ୟଟକଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଉଛି। ଏପରି ଖବର ସମ୍ୱଳିତ ଏକ ଭିଡିଓ ଗତ କିଛି ଦିନ ଧରି ହ୍ୱାଟ୍ସଅପ୍‌ ଓ ଫେସ୍‌ବୁକ୍‌ରେ ଘୂରି ବୁଲୁଛି। ଏହାକୁ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱନାଥ ନିଳନବର ଖଣ୍ଡନ କରିଛନ୍ତି।

ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“ଦିନକୁ ଦିନ ଦାରିଙ୍ଗବାଡ଼ି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହାକୁ ଲକ୍ଷ୍ୟକରି ପର୍ଯ୍ୟଟକଙ୍କ ଭିତରେ ଭୟର ବାତାବରଣ ଖେଳାଇବା ପାଇଁ କୌଣସି ଖଳ ପ୍ରକୃତିର ବ୍ୟକ୍ତି ଏପରି ଭିଡିଓ ଭାଇରାଲ୍‌ କରିଛି। ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସୂଚନାରୁ ପ୍ରକାଶ, ଗତ କିଛି ଦିନ ତଳେ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ଗୋଟିଏ ବାଘ ପର୍ଯ୍ୟଟକଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା।



from Odisha Reporter http://bit.ly/2CuTcDX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages