ଚନ୍ଦାମୁଣ୍ଡରେ ଚୁଟି ଉଠିବାର ନୂଆ ଫର୍ମୁଲା ଦେଲେ ଧୱନଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଚନ୍ଦାମୁଣ୍ଡରେ ଚୁଟି ଉଠିବାର ନୂଆ ଫର୍ମୁଲା ଦେଲେ ଧୱନଙ୍କ ପୁଅ

dhawan

ନୂଆଦିଲ୍ଲୀ: ଚନ୍ଦାମୁଣ୍ଡକୁ ନେଇ ଲୋକେ ଚିନ୍ତିତ ରହୁଥିବା ବେଳେ ଚୁଟି ଉଠିବା ପାଇଁ କେତେ ଉପାୟ ଆପଣାଉଛନ୍ତି। ଚନ୍ଦା ମୁଣ୍ଡରେ ଚୁଟି ଉଠିବା ନେଇ ଏବେ ଏକ ଲାଟେଷ୍ଟ ଟ୍ରିଟ୍‌ମେଣ୍ଟ ଆସିଛି। ଏହି ଟ୍ରିଟ୍‌ମେଣ୍ଟଟି ଏକ ଛୋଟ ପିଲା ବାହାର କରିଛି। ଏହି ପିଲାଟି ଆଉ କେହି ନୁହେଁ ଭାରତୀୟ କ୍ରିକେଟ୍‌ ଟିମ୍‌ର ଓପନର୍‌ ଶିଖର ଧୱନଙ୍କ ପୁଅ ଜୋରାଭର୍‌।

ଏବେ ଭାବୁଥିବେ ଜୋରାଭର୍‌ ଏତେ ଛୋଟ, ସେ କେମିତି ଏତେ ବଡ଼ ସମସ୍ୟାର ସମାଧାନ ବାଟ ବାହାର କରିପାରିବ। ପ୍ରକୃତ କଥା ହେଲା, ଧୱନ ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଏଥିରେ ଜୋରାଭର୍‌ ତାଙ୍କ କାନ୍ଧରେ ବସି ତାଙ୍କ ମୁଣ୍ଡ ଉପରେ ଲୁଣ ପକାଉଛି।

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ଧୱନ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ପରେ କିଛି ସମୟ ପରିବାର ସହ ବିତାଇଥିଲେ। ଏହି ସମୟରେ ଜୋରାଭର୍‌ ତାଙ୍କ କାନ୍ଧରେ ବସି ତାଙ୍କ ଚନ୍ଦା ମୁଣ୍ଡରେ ଲୁଣ ପକାଉଛି। ଏହାକୁ ନେଇ ଧୱନ କହୁଛନ୍ତି, “ଚନ୍ଦା ମୁଣ୍ଡରେ ଚୁଟି ଉଠିବାର ନୂଆ ଫର୍ମୁଲା ବାହାର କରିଛି, ଜୋରାଭର୍‌। ଚନ୍ଦା ମୁଣ୍ଡରେ ଲୁଣ ପକାନ୍ତୁ ଚୁଟି ଉଠିବ।”

ଏହାପରେ ସମସ୍ତେ ଜୋରରେ ହସିଛନ୍ତି।

ଧୱନ ଭିଡିଓଟି ପୋଷ୍ଟ କରିବା ପରେ ଏହା ଭାଇରାଲ୍‌ ହେବାରେ ଲାଗିଛି।



from Odisha Reporter http://bit.ly/2MHEWwb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages