ଆଳତି କରିବା ବେଳେ କେତେଥର ହାତ ବୁଲାଇବେ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଆଳତି କରିବା ବେଳେ କେତେଥର ହାତ ବୁଲାଇବେ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ଦିର ଓ ଘରେ ପୂଜା କରିବା ପରେ ଆଳତି କରିବାର ବିଧି ରହିଛି। ହିନ୍ଦୁ ଉପାସନା ପଦ୍ଧତିର ଏକ ଅଂଶବିଶେଷ ହେଉଛି ଆଳତି। ଏଥିରେ ଜଳୁଥିବା ନିଆଁକୁ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ। ଆଳତି ସାଧାରଣତଃ ଘିଅ, ତେଲ କିମ୍ୱା କର୍ପୂରକୁ ନେଇ ପ୍ରସ୍ତୁତ ହୋଇଥାଏ।
ପୂଜା ପରେ ଆଳତି କରାଯାଇଥାଏ ସତ, କିନ୍ତୁ ଏହା ଖୁବ୍ କମ୍‌ ଲୋକଙ୍କୁ ଜଣାଅଛି ଯେ, ଆଳତି କାହିଁକି କରାଯାଇଥାଏ। କେବଳ ଏତିକି ନୁହେଁ, ଆଳତି କରିବା ସମୟରେ କେତେ ଥର ହାତ ବୁଲାଇବା ଶୁଭଦାୟକ ହୋଇଥାଏ, ସେ ସମ୍ପର୍କରେ ମଧ୍ୟ ହିନ୍ଦୁ ଧର୍ମ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

ଶାସ୍ତ୍ର ଅନୁସାରେ, କୌଣସି ବ୍ୟକ୍ତି ଆଳତି ଦ୍ୱାରା ପରମାତ୍ମାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶ୍ରଦ୍ଧାର ସହ ଉଦ୍ୟମ କରିଥା’ନ୍ତି। ଏହା ସହ ପୂଜାପାଠରେ ମନ୍ତ୍ରୋଚ୍ଚାରଣରେ କୌଣସି ତ୍ରୁଟି ହୋଇଥିଲେ, ଆଳତି ଦ୍ୱାରା ସେହି ତ୍ରୁଟିରୁ ମାର୍ଜନା ବା କ୍ଷମା କାମନା କରାଯାଇଥାଏ।

ହିନ୍ଦୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ହିନ୍ଦୁ ଦେବୀ ଦେବତାଙ୍କୁ ମନ୍ତ୍ର ଆବୃତି ଦ୍ୱାରା ଆଳତି କରାଯାଇଥାଏ। ଯଦି କୌଣସି ବ୍ୟକ୍ତି ମନ୍ତ୍ର ଉଚ୍ଚାରଣ କରିବା ଜାଣିନାହାନ୍ତି, ତେବେ ସବୁ ଆଳତି ସମୟରେ ‘ଓମ୍’ ଉଚ୍ଚାରଣ କରିବା ଶୁଭ ବୋଲି କୁହାଯାଇଥାଏ। ଏହାର ଅର୍ଥ ଆଳତି କରିବା ବେଳେ ଦୀପକୁ ଧରି ହାତକୁ ‘ଓମ୍‌’ ଆକୃତିର ବୁଲାଇବା ଆବଶ୍ୟକ।

ଆହୁରି ମଧ୍ୟ  ଦେବୀ ଦେବତାଙ୍କ ସମ୍ୱନ୍ଧ ଯେଉଁ ସଂଖ୍ୟା ସହିତ ରହିଥାଏ, ସେହି ସଂଖ୍ୟା ଅନୁସାରେ ଆଳତି ଉଚ୍ଚାରଣ ଅର୍ଥାତ୍‌ ଦୀପ ସହ ହାତକୁ ବୁଲାଇବା ଉଚିତ୍‌। ଯେପରି ଭଗବାନ ବିଷ୍ଣୁଙ୍କ ମହାମନ୍ତ୍ର ୧୨ଟି ଅକ୍ଷର ଯୁକ୍ତ ହୋଇଥିବାରୁ ବିଷ୍ଣୁଙ୍କ ଆଳତି ବେଳେ ତେବେ ୧୨ଥର ଆଳତି ପାଇଁ ଦୀବ ସହ ହାତକୁ ବୁଲାନ୍ତୁ।
ସୂର୍ଯ୍ୟଙ୍କର ସାତଟି ରଶ୍ମି ରହିଥାଏ ଏବଂ ତାଙ୍କ ରଥରେ ସାତଟି ଘୋଡ଼ା ମଧ୍ୟ ରହିଥାଏ। ଏଥିପାଇଁ ସୂର୍ଯ୍ୟ ପୂଜା କରିବା ସମୟରେ ସାତଥର ଆଳତି କରନ୍ତୁ।
ସେହି ପ୍ରକାର ଦେବୀ ଦୁର୍ଗାଙ୍କର ନବମୀ ତିଥି ପ୍ରସିଦ୍ଧ। ନଅ ଅକ୍ଷର ବିଶିଷ୍ଟ ନବାରଣ ମନ୍ତ୍ର ଦୁର୍ଗାଙ୍କର ମହାମନ୍ତ୍ର। ଏଥିପାଇଁ ଦୁର୍ଗାଙ୍କର ଆଳତି କରିବା ସମୟରେ ୯ଥର ଆଳତି କରିବା ଉଚିତ୍‌।



from Odisha Reporter http://bit.ly/2sRAbXO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages